ଘୁ.ଉଦୟଗିରି ଠାରେ କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ସଦର ମହକୁମା ଘୁ. ଉଦୟଗିରି ସ୍ଥିତ ସମ୍ୱନ୍ୱିତ ସଭାଗୃହ ଠାରେ ଯୁବା ନେତା ତଥା ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିବାବେଳେ ବରିଷ୍ଠ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ର, ବରିଷ୍ଠ କଂଗ୍ରେସ କର୍ମୀ ମାନଭଞ୍ଜନ ପ୍ରଧାନ, ବରିଷ୍ଠ କଂଗ୍ରେସ କର୍ମୀ ଚିତ୍ତରଞ୍ଜନ ସାହୁ, ବରିଷ୍ଠ କଂଗ୍ରେସ କର୍ମୀ ବୀରେନ୍ଦ୍ର ମହାମଲିକ, ୱାର୍ଡ 13ର କାଉନ୍ସସିଲର ପ୍ରାର୍ଥୀ ଶୁଭ୍ରମନ୍ୟୁ ନାୟକ, ତଲାରୀମାହା ସମିତି ସଭ୍ୟ ଉମେଶ ପ୍ରଧାନ, ରାଜେଶ ସାହୁ, ଦିଲୀପ ନାୟକ, ମହାନନ୍ଦ ପ୍ରଧାନ, ଜଶାନନ୍ଦ ପ୍ରଧାନ, ଅଜିତ ନାୟକଙ୍କ ସମେତ ବିଭିନ୍ନ ଗ୍ରାମପଞ୍ଚାୟତରୁ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l ଏହି ବୈଠକରେ ଗଗନ କୁମାର ପ୍ରଧାନ ସଭାପତିତ୍ୱ କରି ବିଜେଡିରୁ ଆସି କଂଗ୍ରେସରେ ଯୋଗ ଦେଇ ଥିବା ଘୁ.ଉଦୟଗିରି ଏନଏସି ୱାର୍ଡ 8ର କାଉନ୍ସସିଲର ଯାକେଶ ପ୍ରଧାନ ଓ ଅନ୍ୟ ବରିଷ୍ଠ କଂଗ୍ରେସ କର୍ମୀଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରି ଥିଲେ l ବୈଠକର ଆରମ୍ଭରେ ବରିଷ୍ଠ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ରଙ୍କ ସହ ଅନ୍ୟ କର୍ମୀମାନେ ଆସନ୍ତା ପଂଚାୟତରାଜ ଓ 2029 ସାଧାରଣ ନିର୍ବାଚନରେ କଂଗ୍ରେସକୁ ବିଜୟ କରିବା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖି ଥିଲେ l ଶେଷରେ ସ୍ଥାନୀୟ ବିଧାୟକ ଦଳକୁ ଶକ୍ତିଶାଳୀ କରିବା ପାଇଁ ବକ୍ତବ୍ୟ ରଖିବା ସହ କଂଗ୍ରେସ କର୍ମୀଙ୍କୁ ଏକଜୁଟ ହୋଇ ସମ୍ପ୍ରଦାୟିକ ଦଳ ବିଜେପି ବିରୋଧରେ ଲଢେଇ କରିବାକୁ କର୍ମୀଙ୍କୁ ଉଦବୋଧନ ଦେଇ ଥିଲେ l ଏହି ସାଙ୍ଗଠନିକ ବୈଠକର ଆୟୋଜନ ଦାୟିତ୍ୱ ଘୁ.ଉଦୟଗିରି ବ୍ଲକର ଆଗ ଧାଡ଼ିର କଂଗ୍ରେସ ଯୁବନେତା ଶଶାନନ୍ଦ ପ୍ରଧାନ ନେଇ ଥିଲେ  ଓ ସମସ୍ତ ଆୟୋଜନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇ ଥିଲେ l