ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ମା ବରାଳିନୀକଂ ଠାକୁରାଣୀ ଯାତ୍ରା ଚଳିତ ମାସ ୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ନଗରର ପରିକ୍ରମାରେ ବାହାରୁଛି ପନ୍ଚ ଠାକୁରାଣୀ । ଶୁକ୍ରବାର ଦିନ ହାତୀବାଲି ସାହି, ବ୍ଯାକଂ କଲୋନୀ, ପାଗାଂନାଜୁକୁ ମା ପରିକ୍ରମା କରିଥିବା ବେଳେ ହଜାର ହଜାର ଶ୍ରଧାଳୁ ଦର୍ଶନ କରିଥିଲେ । ବିରାଟ ପଟୁଆରରେ ଶୋଭାଯାତ୍ରା ବାହାରିଥିଲା । ଶନିବାର ଏବଂ ରବିବାର ଦିନ ରଜ ପାଇଁ ମାଁ ପରିକ୍ରମା ବନ୍ଦ ରହିଥିବା ବେଳେ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେଇଛନ୍ତି ମା । ସଂନ୍ଧ୍ଯା ବେଳେ ୧୦୮ ଆଳତୀ ରେ ଶ୍ରଧାଳୁ ଗହଳି ଲାଗି ରହୁଥିବା ବେଳେ ଆଧ୍ଯାତ୍ମିକ ପରିବେଶ ସ୍ରୁଷ୍ଟି ହୋଇଛି । ଅନ୍ୟ ପଟେ ହାତୀବାଲି ପାର୍କ ନିକଟରେ ଆରମ୍ଭ ହୋଇଛି ମୀନାବଜାର । ଏହାକୁ ଆନୁଷ୍ଠାନିକ ଭାବେ ଏନଏସି ଅଧକ୍ଷା ଦେବଶ୍ମୀତା ଶତପଥୀ ଉଦଘାଟନ କରିଥିବା ବେଳେ ଯାତ୍ରା ପରିଚାଳନା କମିଟି କାଯ୍ଯକାରୀ ସଭାପତି ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ସହିତ ଜିତେନ୍ଦ୍ର ଦାଶ, ସଂକର ଡାକୁଆ ପ୍ରମୁଖ ଉପସ୍ଥିତ ରହିଥିଲେ । ମୀନାବଜାରରେ ଛୋଟରୁ ବଡ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ଦୋଳି, ଖାଦ୍ଯ ସାମଗ୍ରୀ ସହିତ ଷ୍ଟେସନାରୀ ଷ୍ଟଲ ଖୋଲିଥିବା ବେଳେ ଲୋକଙ୍କ ଗହଳି ଆରମ୍ଭ ହେଇଛି l ଏହା ୧୦ ଦ୍ବିତୀୟ ଧରି ଚାଲିବାକୁ ଥିବା ବେଳେ ପରିଚାଳନା କମିଟି ତରଫରୁ ସ୍ୱତନ୍ତ୍ର ଟ୍ରାଫିକ ବ୍ଯବସ୍ଥା କରାଯାଇଛି ।