ଗୋଲାମୁଣ୍ଡା (ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମଣ୍ଡଳ ତରଫରୁ ଗୋଲାମୁଣ୍ଡା ଉପକଣ୍ଠ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିକଶିତ ଭାରତ, ବିକଶିତ ଓଡିଶାର ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ମଣ୍ଡଳ ସଭାପତି ବୈଶାଖୁ କେତକୀ, ବରିଷ୍ଠ ବିଜେପି ନେତା ପ୍ରଦୀପ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୃଷଭ ନାଏକ, ଶ୍ୟାମ ସୁନ୍ଦର ଅଗ୍ରୱାଲ, ଗଙ୍ଗା ବିଷ୍ଣୁ ମୁଣ୍ଡ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ତୃଣ ମୂଳ ସ୍ତରରେ ପହଂଚିପାରିବ ସେ ନେଇ ଆଲୋଚନା କରିଥିଲେ । ବିକଶିତ ଭାରତର ଅମୃତ ମୁହୂର୍ତ୍ତରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ କେନ୍ଦ୍ର ସରକାରଙ୍କର ୧୧ ବର୍ଷ ଓ ରାଜ୍ୟ ସରକାରଙ୍କର ୧ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଆଜି ବିକଶିତ ଓଡିଶାର ସ୍ୱପ୍ନକୁ ବାସ୍ତବିକତା ରୂପ ଦେଇଛି । ନିର୍ବାଚନ ପୂର୍ବରୁ ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପୂରଣ କରିଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ସଭା କାର୍ଯ୍ୟରେ ବିଜେପି କର୍ମୀ ପ୍ରସନ୍ନ ରାଉତ, ଚିତ୍ତ ରାଉତ, ରାମ ମାଝୀ, ପ୍ରଦୀପ ନାଏକଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।