ସାଙ୍ଗ ହୋଇ ମଦ୍ୟ ପାନ ପରେ ହତ୍ୟା ଅଭିଯୋଗ, ମୁଖ୍ୟ ଅଭିଯୁକ୍ତ ଥାନାରେ ଅଟକ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହର ତିନି ନଂ ୱାର୍ଡ ହାଟପଦା ସାହିରେ ହତ୍ୟା ହୋଇଥିବା ପରିବାର ପକ୍ଷରୁ ବାଲିଗୁଡ଼ା ଥାନାରେ ଅଭିଯୋଗ । ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ହାଟପଦା ସାହିରେ ଜଣେ ଦୁଇ ଜଣ ସାଙ୍ଗ ମିଶି ମଦ୍ୟ ପାନ କରିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରଥମେ ବଚସା ପରେ ଜଣେ ଅନ୍ୟ ଜଣକୁ ଉତ୍ୟକ୍ତ ହୋଇ ଠେଙ୍ଗାରେ ଆଘାତ କରିବାରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ସୂଚନା । ମୃତ ବ୍ୟକ୍ତି ଜଣକ ହେଲା ମୁଣ୍ଡାସାହିର ଶଙ୍କର ନାୟକ । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ପୁଲିସ୍ ପହଞ୍ଚି ମୁଖ୍ୟ ଅଭିଯୁକ୍ତ ନିରାକାର ନାୟକଙ୍କୁ ଥାନାରେ ଅଟକ ରଖି କିଭଳି ପରିସ୍ଥିତିରେ ହତ୍ୟା ହୋଇଛି ସେ ନେଇ ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟ ପକ୍ଷରେ ପୁଲିସ ମୃତ ଦେହ ଜବତ୍ କରି ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ  ଚକିତ୍ସାଳୟକୁ ପଠେଇ ଥିବା ସୂଚନା ମିଳିଛି ।