ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଠାକୁରାଣୀ ଯାତ୍ରା ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ବିରାଟ ଶୋଭାଯାତ୍ରାରେ ମାଁଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିଛନ୍ତି । ପଞ୍ଚଦେବୀଙ୍କୁ ଅସ୍ଥାୟୀ ମଣ୍ଡପରୁ ବରଣ କରି ବିଭିନ୍ନ ପଟୁଆର ସହ ନିଜ ସାହିକୁ ନେଉଛନ୍ତି ଶ୍ରଦ୍ଧାଳୁ । ମଙ୍ଗଳ ବାର ସ୍ଥାନୀୟ ବରାଳିନୀ ସାହି ବାସିନ୍ଦା ମାଙ୍କୁ ବରଣ କରି ବିରାଟ ଶୋଭାଯାତ୍ରାରେ ନେଇ ବୁଲୁ ତ୍ରିପାଠୀଙ୍କ ଘର ଦାଣ୍ଡରେ ପୂଜାର୍ଚ୍ଚନା କରାଯାଇଥିଲା। ସେହିପରି ବୁଧବାର ଦିନ ସନ୍ଧ୍ୟା ଆଳତି ପରେ ମାଙ୍କ ଘଟ ସ୍ଥାନୀୟ ପୁଲିସ ଥାନା ଓ ଗୋଲା ସାହି, କଚେରୀ ସାହି, ବସ୍ ଷ୍ଟାଣ୍ଡ ସାହି ପରିକ୍ରମା କରି ଗାନ୍ଧୀ ଛକ ଦେଇ ଅସ୍ଥାୟୀ ମଣ୍ଡପକୁ ଫେରିଥିଲେ । ସ୍ଥାନୀୟ ଅଞ୍ଚଳ ରେ ପ୍ରଥମ ଥର ଯାତ୍ରା ହେଉଥିବା ବେଳେ ସହରର ବଜାର ସାହି ଯାତ୍ରା ପାଇଁ ଚହଳ ଗହଳ ରହୁଥିବା ଦେଖିବାକୁ ମିଳୁଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଏହି ଯାତ୍ରା ସମୟରେ ପ୍ରତିଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଜନସାଧାରଣ ଯାତ୍ରାର ମଜା ନେଉଥିବା ଦେଖିବାକୁ ମିଳିଛି । ମାଁ ବଡ଼ରାଉଳଦେବୀଙ୍କ ଠାକୁରାଣୀ ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ସମସ୍ତ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।