ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଓଡ଼ିଆ ସାହିରେ ଏକ ଅଭାବନୀୟ ଘଟଣା ଘଟିଥିଲା l ସ୍ୱାମୀ ନିଜ ସ୍ତ୍ରୀ ଉପରେ ସନ୍ଧେହ ରଖି ପଥର ଛେଚି ପ୍ରାଣରେ ମାରିଦେବା ପରେ ନିଜେ ମଧ୍ୟ ଏକ କାଜୁ ଜଙ୍ଗଲରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ l ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଏକ କୁନି ଝିୟ ଟିଏ ଥିଲା l ବର୍ତ୍ତମାନ ସେହିଁ ଝିୟ ବାପା ମାଙ୍କୁ ହରାଇ ଅନାଥ ହୋଇଥିବା ବେଳେ ଖବର ଶୁଣି କଲେକଟର ଅଫିସରୁ ଚାଇଲଡ ହେଲ୍ପ ଲାଇନରୁ ଆଜି ସୁପର ଭାଇଜର ସୁରାଜ ଲିମା ମୃତକଙ୍କ ପରିବାରକୁ ଭେଟି ସେହି କୁନି ଝିୟ ବିଷୟରେ ପଚରା ଉଚାରା କରି ସେହି କୁନି ଝିୟଙ୍କୁ ଚାଇଲଡ ହେଲ୍ପ ଲାଇନକୁ ପଠେଇବା ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ ମୃତଙ୍କ ପରିବାର ଆମେ ଏ ବିଷୟରେ ଚିନ୍ତା କରିବୁ କହି କିଛିଦିନ ସମୟ ମାଗିଥିଲେ l ଏହି ଦୁଃଖ ଘଟଣାକୁ ନେଇ ସୁପର ଭାଇଜେର ସୁରାଜ ଲିମା ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସ୍ଵନ୍ତନା ଦେଇ ଛନ୍ତି l