ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଠାରେ ଆରମ୍ଭ ହୋଇଥିବା ଠାକୁରାଣୀ ଯାତ୍ରାର ୫ମ ଦିନରେ ମାଙ୍କୁ କଳିଙ୍ଗ ବୈଶ୍ୟ ସଂଘ ତରଫରୁ ବରଣ କରିବା ସହିତ ବିରାଟ ପଟୁଆରରେ ସହର ପରିକ୍ରମା କରିଛନ୍ତି ।
ମା ସେସିବାଲି ଘଟ, ମା ତାରାତାରିଣୀ ଘଟ, ମା କନ୍ଧୁଣୀ ଦେବୀ ଘଟ, ଗ୍ରାମଦେବତୀ ଘଟଙ୍କ ସହିତ ମା ବରାଳିନୀଙ୍କ ଘଟ ନଗର ପରିକ୍ରମା କରି ସଂଘ କାଯ୍ଯାଳୟ ଠାରେ ପୂଜାର୍ଚ୍ଚନା କରାଯାଇଛି । ଜାମୁନି ଢୋଲ ବାଦ୍ଯ, ବାଲିଗୁଡା ଅଘୋରୀ ନ୍ରୁତ୍ଯ, ବୁଗୁଡା ଆଲୋକ ସଜ୍ଜା, ସ୍ୱତନ୍ତ୍ର ଆତିଶବାଜୀ ସହିତ କଳିଙ୍ଗ ବୈଶ୍ୟ ସଂଘ ତରଫରୁ ବରିଷ୍ଠ, ମହିଳା ସଂଘ ସହିତ ଯୁବ ସଂଘ କାଯ୍ଯକର୍ତା ସାମିଲ ହୋଇଥିଲେ । କଳିଙ୍କ ବୈଶ୍ଯ ସଂଘ ପୁରଶ୍ରେଷ୍ଠି ପି.ସଞିବ ପାତ୍ର ବରିଷ୍ଠ ସୂଯ୍ଯ ନାରାୟଣ ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାଯ୍ଯକ୍ରମରେ ଶ୍ରୀନାରାୟଣ ପାତ୍ର, ରାମେଶ୍ଵର ପାତ୍ର, କ୍ରୁଷ୍ନ ଚନ୍ଦ୍ର ପାତ୍ର, ସନ୍ତୋଷ ପାତ୍ର, ମହିଳା ସଭାପତି ଲକ୍ଷ୍ମୀ ପାତ୍ର, ସଂପାଦକ ସ୍ୱାଗତିକା ପାତ୍ର, କୋଷାଧ୍ୟକ୍ଷ ଝିଲି ପାତ୍ରଙ୍କ ସହିତ ସବୁ ସଂଗଠନର ସଭ୍ଯମାନେ ଯୋଗ ଦେଇଥିଲେ । ଠାକୁରାଣୀ ଯାତ୍ରା କମିଟି ତରଫରୁ ସଭାପତି ଚିତରଞନ ସାହୁ, କାଯ୍ଯକାରୀ ସଭାପତି ଅରୁଣ କୁମାର ଷଢଙ୍ଗୀ, ସଂପାଦକ ଭେକଂଟେଶ୍ୱର ବେହେରା, କୋଷାଧକ୍ଷ ସଭ୍ଯମାନେ ସହଯୋଗ କରିଥିଲେ ।