ବେଆଇନ ଦେଶୀ ମଦରନ୍ଧାକୁ ବିରୋଧ କରିବାରୁ ଆକ୍ରମଣ ଶିକାର ହେଲେ ମହିଳା ସଙ୍ଗଠନ, ଥାନାର ଦ୍ବାରସ୍ଥ ହେଲେ ତୁଡୁବିଜୁ ଗ୍ରାମ ବାସୀ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କୁମ୍ଭାରି ଗାଁ ପଞ୍ଚାୟତ ଅନ୍ତର୍ଗତ ଟୁଡୁ ବିଜୁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ବେଆଇନ ଦେଶୀ ମଦ ରନ୍ଧା ବନ୍ଦ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ମହିଳା ସଙ୍ଗଠନର ସଦସ୍ୟ । ଏନେଇ ବ୍ରାହ୍ମଣୀଗାଁ ଥାନାର ଦ୍ବାରସ୍ଥ ହୋଇ ଛନ୍ତି ମହିଳା ସଙ୍ଗଠନ ଓ ଗ୍ରାମବାସୀ । ସୂଚନା ଅନୁଯାୟୀ ଟୁଡୁବିଜୁ ଗ୍ରାମରେ ବେଆଇନ ଦେଶୀ ମଦ କାରବାର ଦିନକୁ ଦିନ ବଢୁଥିବା ବେଳେ ଏହାର ପ୍ରଭାବ ବିଶେଷ କରି ପାଠ ପଢ଼ୁଥିବା ନା ବାଳକ ଏବଂ ଯୁବକମାନଙ୍କ ଉପରେ ପଡ଼ିଛି l ପ୍ରତ୍ୟେକ ଦିନ ମଦ୍ୟ ପାନ କରି ସ୍ବାମୀମାନେ ପରିବାରରେ କଳହ ଝଗଡ଼ା କରିବା ସହ ଘରୁ ବିଭିନ୍ନ ମୂଲ୍ୟବାନ ଜିନିଷ ଗୁଡ଼ିକ ବିକ୍ରୀ କରିଦିଅନ୍ତି l ଏପରିକି ଘରେ ଥିବା ଧାନ ଚାଉଳ ମଧ୍ୟ ବିକ୍ରୀ କରିଦିଅନ୍ତି । ଏସବୁ ସମସ୍ୟା ଲାଗି ରହୁ ଥିବାରୁ ଗତ ରବିବାର ଦିନ ୫ନଂ ୱାର୍ଡ ସଭ୍ୟା ଲବନ୍ତି ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗ୍ରାମର ସ୍ଵୟଂ ସହାୟିକା ଗୋଷ୍ଠି, ଯୁବ ସଂଘ, ବୁଦ୍ଧିଜୀବୀ ଓ ଗ୍ରାମ୍ୟ ଭଦ୍ରଙ୍କ ଉପସ୍ଥିତିରେ ନିଶା ନିବାରଣ କମିଟି ଗଠନ କରି ବେଆଇନ ମଦ କାରବାର କରୁଥିବା ବ୍ୟକ୍ତିମାନଙ୍କୁ ମଦ କାରବାରରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ ଏବଂ ଗ୍ରାମକୁ ସମ୍ପୂର୍ଣ ନିଶା ମୁକ୍ତ କରିବାକୁ ଏକ ରେଜୁଲେଶନ ପ୍ରସ୍ତୁତ କରି ତାହା ପାଳନ କରିବାକୁ କଡ଼ା ନିର୍ଦ୍ଧେଶ ଦେଇଥିଲେ । ମଦ କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନେ କିଛି ଦିନ ସମୟ ମାଗିଥିଲେ l କିନ୍ତୁ ସେମାନେ ମାଗିଥିବା ସମୟ ପରେ ମଧ୍ୟ ବେଆଇନ ମଦକାରବାର ବନ୍ଦ ନ କରିବାରୁ ଇନ୍ଦିରା ଗାନ୍ଧୀ ସ୍ଵୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଆରତୀ ମଲ୍ଲିକଙ୍କ ନେତୃତ୍ୱରେ ଗ୍ରାମର ୫ଗୋଟି ମହିଳା ସଙ୍ଗଠନ ଓ ଗ୍ରାମବାସୀମାନେ ମଦ କାରବାରରେ ଲିପ୍ତ ଥିବା ପରିବାରକୁ ପହଞ୍ଚି ଯାଞ୍ଚ କରିଥିଲେ l ସତ ସାମ୍ନାକୁ ଆସିବାରୁ ସେମାନେ ଉତ୍ୟକ୍ତ ହୋଇ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବେଆଇନ ମଦ କାରବାର ରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମହିଳା l ମେଟାଲରେ ମାରି ମହିଳାଙ୍କ ମୁଣ୍ଡ ଫଟେଇ ଦେଇଛନ୍ତି l ଅନେକେ ଖଣ୍ଡିଆ ଖାବରା ହୋଇ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ମହିଳା l ମମତା ଦେସ ମାଝୀ ଓ ପରବାସି ମଲ୍ଲିକଙ୍କ  ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ସେମାନେ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଚିକିତ୍ସିତ ହେବା ସହ ସହବ୍ରାହ୍ମଣୀଗାଁ ଥାନାର ଦ୍ବାରସ୍ଥ ହୋଇ ମଦ ରନ୍ଧା କାରବାରରେ ଲିପ୍ତ ଥିବା ଏବଂ ପଥର ମାଡ଼ରେ ଘାଇଲା କରିଥିବା ୪ଜଣ ବ୍ୟକ୍ତି ବିପ୍ର ମଲ୍ଲିକ, ମାଗତା ମଲ୍ଲିକ, ରାବଣ ମଲ୍ଲିକ ଓ ଜୁଲିଆନ ମଲ୍ଲିକଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଆମେ ତଦନ୍ତ କରିବାକୁ ଯିବୁ ବୋଲି ପୁଲିସ ଆଶ୍ୱାସନା ହେବା ପରେ ବିଳମ୍ୱ କରୁଥିବାରୁ ଗ୍ରାମବାସୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।