ସ୍ନେକ୍ ହେଲ୍ସ ଲାଇନ ଦ୍ଵାରା ଉଦ୍ଧାର ହୋଇଥିବା ୧୭ଟି ନାଗ ସାପ ଅଣ୍ଡାରୁ ବାହାରିଲା ନାଗ ସାପ ଛୁଆ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶ୍ୟାମଲାଇ ଗ୍ରାମରୁ ସ୍ନେକ୍ ହେଲ୍ସ ଲାଇନ ଦ୍ଵାରା ଉଦ୍ଧାର  ହୋଇଥିବା ୧୭ଟି ନାଗ ସାପ ଅଣ୍ଡାରୁ ବାହାରିଲା ଛୁଆ । ହିଞ୍ଜିଳିକାଟୁ ଶ୍ୟାମଲାଇ ଗ୍ରାମର କାହ୍ନୁ ଚରଣ ପାତ୍ରଙ୍କ ଘର ବାଡିରେ ନାଗ ସାପ ରହିଥ‌ିବା ପରିବାର ଲୋକ ଦେଖିଥିଲେ । ବାଡିରେ ଥିବା ଜାମ ଗଛ କୋରଡ ମଧ୍ୟରେ ସାପ ଅଣ୍ଡା ସହ ରହିଥିଲା ସ୍ନେକ ହେଲ୍ପ ଲାଇନ  ପହଞ୍ଚି ସାପ ସହ ଅଣ୍ଡାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବ୍ରହ୍ମପୁରରେ ଥିବା ବନାଞ୍ଚଳ କାର୍ଯ୍ୟାଳୟରେ ଛୁଆ ବାହାରିବା ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ରଖିଥିଲେ । ପୂର୍ବରୁ ଉଦ୍ଧାର ନାଗ ସାପଟି ୫ ଫୁଟ ଲମ୍ବ ହୋଇଥିବା ନିକଟରେ  ଜଙ୍ଗଲରେ ଛାଡି ଦିଆଯାଇଥିଲା l ଆଜି ୧୭ଟି ଅଣ୍ଡାରୁ ବାହାରିଥିବା ନାଗ ସାପ ଛୁଆକୁ ଜଙ୍ଗଲରେ ଛଡ଼ା ଯିବା ବୋଲି ଜଣାପଡିଛି ।