ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତର ମୁକ୍ତେଶ୍ଵର ପୀଠରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ସଚେତନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ବିଶ୍ଵନାଥ ବେହେରା  ସଭାପତିତ୍ବ କରିଥିବା ବେଳେ ଆଇଆଇଡବ୍ଲୁଏମର ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ଗୃହ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ, ସହକାରୀ କୃଷି ଅଧିକାରୀ ଅନିଲ କୁମାର ବେହେରା, ସହକାରୀ ମତ୍ସ୍ୟ ଅଧିକାରୀ ଶିବାନୀ ମହାନ୍ତି, ମୃତ୍ତିକା ସଂରକ୍ଷଣ ଅଧିକାରୀ ପ୍ରଦୀପ ସେଠୀ, ସରପଞ୍ଚ ପ୍ରତିନିଧି ପ୍ରମୋଦ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ । ଉପସ୍ଥିତ ଅଧିକାରୀମାନେ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରାୟ 250 ଜଣ ଚାଷୀ ଭାଇ ଭଉଣୀମାନଙ୍କୁ ନୂତନ ବିହନର କିସମ ସମ୍ପର୍କରେ ସଚେତନତା ସହ କୃଷି ସମସ୍ୟାର ସମାଧାନ, ଚାଷୀ ପଞ୍ଜିକରଣ, ଭୂମୀ ପରୀକ୍ଷଣ , ଜୈବିକ ପଦ୍ଧତିର ଉପଯୋଗ କରି ଚାଷ କରିବା ଉପରେ ଆଲୋକପାତ କରିଥିଲେ ।