ବର୍ଷାରେ ଗଛ ଉପୁଡି ମୂଖ୍ୟ ରାସ୍ତା ଅବରୋଧ, ଅଗ୍ନିଶମ ବାହିନୀ ପହଞ୍ଚି କଲେ ରାସ୍ତା ସଫା…

ଉଦୟଗିରି(ଆକାଶ ଦାସ): ଗଜପତି ଜିଲା ଆର ଉଦୟଗିରି ବ୍ଲକରେ ଘଡଘଡି ସହ ବର୍ଷା ପବନ ଦୀର୍ଘ ଦିନ ହେଲା ଲାଗି ରହିଛି । ଗତକାଲି ସଂଧ୍ୟା ଠାରୁ ଆଜି ସକାଳ ଯାଏ କୁଆ ପଥର, ବିଜୁଳି ଓ ଘଡଘଡି ବର୍ଷା ଲାଗି ରହିଥିଲା । ଯାହା ଫଳରେ ପାହାନ୍ତିଆ ବେଳକୁ  ରାମଗିରି ଥାନା ଅନ୍ତର୍ଗତ ଫୁକା ଗାଁଠାରେ ସକାଳ ସମୟରେ ଏକ ବିଶାଳ ଶାଳ ଗଛ ରାମଗିରିରୁ ପାରଳାଖେମୁଣ୍ଡି ଯୋଗାଯୋଗ କରୁଥିବା ଜାତୀୟ ରାଜପଥରେ ପଡିଯାଇଥିଲା l ଯାହାଫଳରେ ପାରଳାଖେମୁଣ୍ଡିଠାରୁ ବ୍ରହ୍ମପୁର ଓ ମୋହନାକୁ ସଂଯୋଗ କରୁଥିବା ୩୨୬(ଏ) ଜାତୀୟ ରାଜପଥ ଦୀର୍ଘ ସମୟ ଧରି ସମ୍ପୂର୍ଣ ଭାବେ ଅବରୋଧ ହୋଇ ରହିଥିଲା l ଖବର ପାଇ ରା-ଉଦୟଗିରି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆସି କଟର ମେସିନ ମାଧ୍ୟମରେ ବିରାଟ ଗଛକୁ କାଟି ଜାତୀୟ ରାଜପଥରୁ ହଟାଇବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା । ସ୍ଥାନୀୟ ବନ ବିଭାଗ ଏଥିରେ ସହଯୋଗ କରିଥିବା ଜଣାପଡିଛି ।

csp