ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଗ୍ରାମ ପଞ୍ଚାୟତ ଗାଇବା ଓଡ଼ିଆ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି l ସ୍ତ୍ରୀ ଉପରେ ସନ୍ଧେହ କରି ସ୍ୱାମୀ ରାତି 3. 30 ମିନିଟ ସମୟରେ ନିଜ ସ୍ତ୍ରୀର ମୁଣ୍ଡରେ ପଥର ଛେଚି ହତ୍ୟା କରି ଫେରାର ହେଇଛନ୍ତି ସ୍ୱାମୀ l ଘଟଣା ସ୍ଥଳରେ ସେରଙ୍ଗ ଥାନା ଅଧିକାରୀ ପ୍ରମଦ ଖଣ୍ଡୁଆଳ ଓ ଗାଇବା ଫାଣ୍ଡିର ଓଆଇସି ରାମ କୃଷ୍ଣ ଦାସ, ଗୁମା ଫାଣ୍ଡି ଏସଆଇ କେଦାର ପଣ୍ଡା ଘଟଣା ସ୍ତଲେ ପହଞ୍ଚି ତଦାରଖ ଜାରି ରଖିଛନ୍ତି l ସୂଚନା ଅନୁଯାଇ ଜି.ମଣିକା(ବୟସ 26) 2019 ମସିହାରେ ନରେନ୍ଦ୍ର ପାଇକ(31) ଗ୍ରାମ କେରେଡ଼ଙ୍ଗଙ୍କୁ ପ୍ରେମ କରି ଲୁଚିକି ବାହା ହେଇଥିଲେ l ଝିୟ ଘର ପରିବାର ତେଲୁଗୁ, ପୁଅ ଘର ଓଡ଼ିଆ, ଉଭୟ ପରିବାରର ସହମତରେ ପୁଅ ଓ ଝିଅ ଦ୍ବୟ ଗାଇବା ଗ୍ରାମରେ ଏକ କିରାଣୀ ଦୋକାନ କରି ଶଶୁର ଘରେ ରହୁଥିଲେ l ତାଙ୍କର ଏକ କୁନି ଝିଅ ଯାହାର ନାମ ନିକିତା ପାଇକ ବୟସ 5ର ଅଛି l ବିବାହର କିଛି ବର୍ଷ ପରେ ନରେନ୍ଦ୍ର ପାଇକ ହାଇଦ୍ରାବାଦ କମ୍ପାନୀରେ କାମ କରିବା ପାଇଁ ମନ ସ୍ଥିର କରି ଥିଲା l ସ୍ୱାମୀ ସ୍ତ୍ରୀଙ୍କ ସହମତିରେ ହାଇଦ୍ରାବାଦ ଯାଇ ଥିଲା l ବର୍ଷ ଦୁଇ ବର୍ଷ ଭିତରେ ସେ ଯିବା ଆସିବା କରୁଥିଲା କିନ୍ତୁ ଆକସ୍ମିକ ଭାବେ ମନରେ ସ୍ତ୍ରୀ ଉପରେ ସନ୍ଦେହ ଜାତ ହୋଇଥିଲା l ସେହି ସନ୍ଧେହ ଦିନକୁ ଦିନ ବଢ଼ିବାରେ ଲାଗି ଥିଲା l ପରିବାର ମଧ୍ୟରେ ଟିକେ ବିବାଦ ଆରମ୍ଭ ହେଲା l କିନ୍ତୁ ସ୍ୱାମୀ ନରେନ୍ଦ୍ର ପାଇକ ନିଜ ସ୍ତ୍ରୀ ମୋନିକା ପାଇକଙ୍କୁ ନିଜ ଗ୍ରାମ କେରେଡାଙ୍ଗ ଠାକୁରାଣୀ ପର୍ବ ପାଇଁ ନେଇ ତିନି ଚାରି ଦିନ ପରେ ପୁଣି ଗାଇବା ଗ୍ରାମକୁ ଫେରି ଆସିଲେ l ନରେନ୍ଦ୍ର ପାଇକଙ୍କ ମନରେ ସନ୍ଦେହ ବଡ଼ି ଯାଇଥିଲା l ତେଣୁ ନିଜ ସ୍ତ୍ରୀକୁ ପ୍ରାଣରେ ମାରିବା ପାଇଁ ସୁଯୋଗର ଅପେକ୍ଷାରେ ଥିଲା l ଶାଶୁମା ନାଳକୁ ଯିବାର ଦେଖି ମୋନିକା ମୁଣ୍ଡରେ ବିରି ପେଷିବା ପଥରରେ ଛେଚିଲେ l ପ୍ରାୟ ରାତି 3.30 ମିନିଟରେ ନିଜ ସ୍ତ୍ରୀକୁ ପ୍ରାଣରେ ମାରି ଦେଇ ତା ବେକରେ ଥିବା ଦୁଇ ତୁଳାର ସୁନା ନେଇ ଦୌଡ଼ି ଦୌଡ଼ି ଯିବା ସମୟରେ ଶାଶୁମା ଗ୍ରାମ ନିକଟରେ ଥିବା ନାଳରୁ ସ୍ନାନ କରି ଫେରିବା ସମୟରେ ନରେନ୍ଦ୍ର ପାଇକ ଦୌଡ଼ି ଦୌଡ଼ି ଯିବାର ଦେଖି ସେ ଆଶ୍ଚଯ୍ୟ ହେଇ ଜି. ସରଜିନି ଘରେ ପହଞ୍ଚି ଦେଖିବା ମାତ୍ରେ ଝିୟ ରକ୍ତାକ୍ତ ହୋଇ ପଡ଼ି ଥିବା ଦେଖି ପାଟିକରି ସାହି ପଡିଶା ଡାକିବା ବେଳେ ମାତ୍ରେ ଝିୟ ମୋନିକା ଜୀବନ ଚାଲି ଯାଇଛି l ଘଟଣା ସମ୍ପର୍କେ ସୂଚନା ପାଇବା ପରେ ସାଇଣ୍ଟିପିକ ଟିମ ପହଁଚି ତଦନ୍ତ କରି ଥିଲେ l ସେରଙ୍ଗ ଆଇଆଇସି ପ୍ରମଦ ଖଣ୍ଡୁଆଳ 38/25ନଂରେ ଏକ ମାମଲା ରୁଜୁ କରି ମୃତ୍ୟୁ ଶରୀରକୁ ବ୍ୟବଛେଦ ପାଇଁ ପାରଳାକେମୁଣ୍ଡି ମୁଖ୍ୟ ଚିକିତ୍ସାଲୟକୁ ପଠାଇଛ ଥିଲେ l