ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ: ବ୍ରାହ୍ମଣୀଗାଁ ମଣ୍ଡଳ ପକ୍ଷରୁ ନୂତନ ବ୍ଲକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ଥାୟୀ ଇଣ୍ଟର୍ନେଟ୍ ପାଇଁ ଦାବୀ ଉପସ୍ଥାପନ…
ଦାରିଙ୍ଗବାଡି(ଆଶୋକ ସିଂ): ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଏବଂ ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଳାର ଅଗ୍ରଗତି ପାଇଁ ସରକାର ଯୋଜନା କରୁଥିବା ପ୍ରକାଶ କରିଥିଲେ । ମୁଖ୍ୟ ମନ୍ତ୍ରୀଙ୍କ ଗସ୍ତ ସମୟରେ ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଗଣେଷ ଡାକୁଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଫୁଲବାଣୀ ଯାଇ ଅଞ୍ଚଳର ବୃହତ୍ତ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବୀ ସମୂହ ମଧ୍ୟରେ ମୁଖ୍ୟତଃ ବ୍ରାହ୍ମଣୀଗାଁରେ ନୂତନ ବ୍ଲକ ପ୍ରତିଷ୍ଠା, ମେଡ଼ିକାଲକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିବର୍ତ୍ତନ କରିବା ଓ ସ୍ଥାୟୀ ଇଣ୍ଟର୍ନେଟ୍ ସେବା ଯୋଗାଇ ଦେବାକୁ ଦାବୀ ଉପସ୍ଥାପନ କରିଥିଲେ । ତେବେ ସମୟ ଆସିଲେ ନିଶ୍ଚିତ ଆମେ ବ୍ଲକ ଦେବୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ମୁଖରୁ ଶୁଣିବା ପରେ ଖୁସିରେ ଆତ୍ମୋ ବିହ୍ୱର ହୋଇ ଥିବା ପ୍ରକାଶ କରିଛନ୍ତି ମଣ୍ଡଳ ସଭାପତି ଶ୍ରୀ ଡାକୁଆ ଏଵଂ ତାଙ୍କ ସହ ଯାଇଥିବା କର୍ମୀମାନେ । ଉକ୍ତ ବିଷୟ ଅଞ୍ଚଳରେ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେବା ସହ ଭବିଷ୍ୟତରେ ଏହି ଦୁର୍ଗମ ତଥା ବିଚ୍ଛିନ୍ନାଞ୍ଚଳ ରେ ନିଶ୍ଚିତ ଏକ ବ୍ଲକ ନୂତନ ବ୍ଲକ ଗଠନ ହୋଇ ପାରିବ ବୋଲି ଅଞ୍ଚଳ ବାସୀ ଆଶା ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବ୍ରାହ୍ମଣୀଗାଁ ମଣ୍ଡଳ ପକ୍ଷରୁ ଯାଇଥିବା ପ୍ରତିନିଧି ଦଳରେ ଶଙ୍କର ବେହେରଦଳେଇ, ଶ୍ୟାମ ମହାଙ୍କୁଡ଼, ଦୀନବନ୍ଧୁ ବେହେର ଦଳେଇ, ଦୀପ୍ତି ଚନ୍ଦ୍ର ସେନାପତି, ବାଳ କୃଷ୍ଣ ମହାଙ୍କୁ ଡ଼. ସୀତାକାନ୍ତ ବିଶୋଇ, ରାମଚନ୍ଦ୍ର ବିନ୍ଧାଣୀ, ଶିଶିର ମଲ୍ଲିକ କପିଳାସ ପାତ୍ର ପ୍ରାମୁଖ ସାମିଲ ହୋଇଥିଲେ ।