ବଡ଼ିମୁଣ୍ଡା ଗ୍ରାମରେ କୁମ୍ଭକାର ସମାଜ ତରଫରୁ ବାଲ୍ୟବିବାହ ଉଚ୍ଛେଦ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ବଡ଼ିମୁଣ୍ଡା ଗ୍ରାମରେ ବାଲ୍ୟ ବିବାହ ଉଚ୍ଛେଦ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ହଦଗଡ଼ ମଣ୍ଡଳର ସଭାପତି ଶ୍ରୀ ମାନସ ରଞ୍ଜନ ପାତ୍ରଙ୍କ ତତ୍ଵାବଧାନରେ ଆରମ୍ଭ ହୋଇ ଥିଲା ! ଏଥିରେ ମୁଖ୍ୟ ଅତିଥି ଭାବରେ ୟୁନିସେଫ ଭୁବନେଶ୍ୱରରୁ ଆସିଥବା ଶ୍ରୀ ଯୁକ୍ତ ଘାସିରାମ ପଣ୍ଡା ଓ ସନମାନିତ ଅତିଥି ଭାବେ ସୁରକ୍ଷା ଅଧିକାରିଣୀ ସରୋଜଲତା ଦେଇ, ଫୁଲବାଣୀ ମହିଳା ସହଯୋଗ କେନ୍ଦ୍ରରୁ ଆସିଥିବା ଶ୍ରୀ ମତି  କଳ୍ପନା ମହାନ୍ତି, ଜିଲ୍ଲା ସମ୍ପାଦକ ଶ୍ରୀ ଯୁକ୍ତ ସୁବଳ ରଣା, ସାମ୍ବାଦିକ ବାଳକୃଷ୍ଣ କହଁର, କୋଷାଧକ୍ଷ ଗୋକୁଳ ଚନ୍ଦ୍ର ବେହେରା, ମଣ୍ଡଳ ସଭାପତି ମାନସ ରଞ୍ଜନ ପାତ୍ର, ମଣ୍ଡଳ ସମ୍ପାଦକ ବାବୁଲା ଦଳବେହେରା, ସମୀକ୍ଷକ ଜୟନ୍ତ ବେହେରା ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ରୋକିବା ଓ ବାଲ୍ୟ ବିବାହ କରିବା ଦ୍ଵାରା ସମାଜର କଣ କ୍ଷତି ହୁଏ ଏବଂ କିଶୋରୀ ବାଳିକାମାନେ ବାଲ୍ୟ ବିବାହ ନ କରିବା ପାଇଁ ଶପଥ ପାଠ କରାଯିବା ସହ ଶିକ୍ଷାର ଉନ୍ନତି, ପାରିବାରିକ ହିଂସା, ମହିଳାମାନଙ୍କର ସମସ୍ୟା, ସାମାଜିକ ସୁରକ୍ଷା ସୁଧାର ଗୃହ ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା l ଏହି  କାର୍ଯ୍ୟକ୍ରମରେ ହଦଗଡ଼ ମଣ୍ଡଳର ସମସ୍ତ କର୍ମକର୍ତ୍ତା କୁଳଅଧିପତି ପୁରୁଷ ଓ ମହିଳା ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ଏବଂ ଦଶମ ଓ ଦ୍ଵାଦଶ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା l ଏଥି ସହ ଚଳିତ ବର୍ଷର ଆୟ ବ୍ୟୟ ହିସାବ କରାଯିବା ସହ aଆୟବ୍ୟୟ ଅଟକଳ କୋଷାଧକ୍ଷ ଶ୍ରୀ ଗୋକୁଳ ଚନ୍ଦ୍ର ବେହେରା ସମସ୍ତଙ୍କୁ ଶୁଣାଇଥିଲେ l ଜିଲ୍ଲା ସମ୍ପାଦକ ଶ୍ରୀ ସୁବଳ ରଣା ବୈଠକରେ ସମାଜର ବିକାଶ ଓ ଚାକିରୀ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ଦାବି ବିଷୟରେ ବୁଝାଇ ଥିଲେ l ଉକ୍ତ ବୈଠକରେ ଅତିଥିମାନେ କୁମ୍ଭାର ଜାତିର ସମସ୍ତଙ୍କୁ ଦେଇଥିବା ପରାମର୍ଶ  ଗୁଡିକ ନିଶ୍ଚିତ ଭାବରେ ଆଗାମି ଦିନରେ ପ୍ରଭାବ ପକାଇବ ବୋଲି ହଦଗଡ଼ ମଣ୍ଡଳ ଉପସଭାପତି ଶ୍ରୀ ଆମ୍ବୁଜ ବେହେରା, କେନ୍ଦ୍ରର ମହିଳା ସଭ୍ୟା ଶ୍ରୀମତୀ ସୁମିତ୍ରା ବେହେରା ମତ ରଖିଥିଲେ l ଶେଷରେ ମଣ୍ଡଳ ସମ୍ପାଦକ ଶ୍ରୀ ବାବୁଲା ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l