ଗାଡିଆରେ ବୁଡି ୧୦ ବର୍ଷର ନାବାଳିକା ମୃତ…

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ଲୋକଙ୍କ କହିବା ଅନୁସାରେ ସେହି ଗ୍ରାମର ଈଶ୍ବର ବଡରଇତଙ୍କ ଝୀଅ ଆରତି ବଡରଇତ(୧୦) ନିଜ ଗାଁର ସାଙ୍ଗ ସାଥିଙ୍କ ସହ ଗାଁ ନିକଟସ୍ଥ ଆମ୍ବ ତୋଟାକୁ ଯାଇ ଆମ୍ବ ଗୋଟେଇ ଥିଲେ । ପରେ ସେହି ନିକଟରେ ଥିବା ଏକ ଗାଡିଆରେ ଗାଧେଇବାକୁ ଯାଇଥିଲେ । ଗାଧଉଗାଧଉ ହଠାତ ଆରତିର ଗୋଡ ଖସି ମଝି ଗାଡିଆକୁ ଚାଲିଯାଇଥିଲେ । ସେଠି ଅଧିକ ଗଭୀର ଥିବାରୁ ଆଉ ବାହାରକୁ ଆସି ପାରିନଥିଲେ । ସାଙ୍ଗମାନେ ମଧ୍ୟ ତାକୁ ବାହାରକୁ ଆଣି ନ ପାରି ଗାଁକୁ ଯାଇ ଖବର ଦେଲେ । ଗାଁରୁ ଲୋକେ ଆସି ଝୀଅଟିକୁ ଉଦ୍ଧାର କରି ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ ସେଠି ଡାକ୍ତର ବ୍ରଜ କିଶୋର କର ଆରତିର ମୃତ୍ୟୁ ହୋଇଥିବା ଘୋଷଣା କରିବା ସହ ଥାନାକୁ ସୂଚନା ଦେଇଥିଲେ । ପୁଲିସ ଡାକ୍ତରଖାନାରେ ପହଞ୍ଚି ପଚରା ଉଚୁରା କରି ୪/ ୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛ୍ଛେଦ ପାଇଁ ପାରଳାଖେମୁଣ୍ଡି ମୂଖ୍ୟ ଡାକ୍ତରଖାନାକୁ ପଠେଇଥିଲେ ଓ ପରେ ପୁଲିସ ସଦଳେ ତବାରସିଂ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ.। ଏ ଖବର ଜାଣି ଆଞ୍ଚଳିକ ଜନ ପ୍ରତିନିଧି ,ବୁଦ୍ଧୀଜିବୀ ଓ ବହୁସଂଖ୍ୟକ ଲୋକ ରାମଗିରି ଡାକ୍ତରଖାନାକୁ  ଆସିଥିଲେ ଏବଂ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।