ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଲା ଶେରଗଡ଼ ବିଜେଡ଼ି । ଆଜି ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ସମ୍ମୁଖରେ ବ୍ଲକ ବିଜେଡ଼ି ସଭାପତି ଶରତ ପାତ୍ର ଓ ବିଧାୟକଙ୍କ ପ୍ରତିନିଧି ଦିଗାମ୍ବର ନାୟକଙ୍କ ନେତୃତ୍ଵରେ ବିଜେଡ଼ି ସରପଞ୍ଚ ଓ ସମିତି ସଭ୍ୟମାନେ ହଲାବୋଲ କରିବା ସହିତ ବିଭିନ୍ନ ପଞ୍ଚାୟତରେ ଉନ୍ନୟନ୍ କାମକୁ ନେ଼ଇ ଅତିରିକ୍ତ ବିଡ଼ିଓଙ୍କୁ ଘେରିଥିଲେ । ଜନ ସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଆୟୁଷମାନ କାର୍ଡରେ 50 ଟଙ୍କା ନେଇ ଅଭିଯୋଗ କରିଥିଲେ l ହେଲେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଶେରଗଡ଼ରେ ବିଡ଼ିଓ ପଦବୀ ଖାଲି, ସ୍ଵାସ୍ଥ୍ୟ ସେବା, ଉନ୍ନୟନ କାର୍ଯ୍ୟ ଠପ୍ ହୋଇଛି ବୋଲି ଆନ୍ଦୋଳନ କାରୀ ଅଭିଯୋଗ କରିଛନ୍ତି l ଜନ ପ୍ରତିନିଧିଙ୍କୁ ଅଣଦେଖା କରିବା ନେଇ ତାତି ଥିଲେ ସରପଞ୍ଚ ଓ ସମିତି ସଭ୍ୟ । ବିଭିନ୍ନ ସମସ୍ୟା ଉପରେ ଅତିରିକ୍ତ ବିଡ଼ିଓଙ୍କୁ ଘେରାଉ କରିବା ସହିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବସିଥିଲେ । ପରେ କାର୍ଯ୍ୟାଳୟ ସମ୍ମୁଖରେ ଅତିରିକ୍ତ ବିଡ଼ିଓ ପହଞ୍ଚି ଜନ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ପରେ ଧାରଣାରୁ ଉଠିଥିଲେ ଆନ୍ଦୋଳନ କାରୀ ।