ନାଗୁଣୀ ସହ ୧୭ ଟି ନାଗ ସାପ ଅଣ୍ଡା ଉଦ୍ଧାର କଲା ସ୍ନେକ୍ ହେଲ୍ସ ଲାଇନ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶ୍ୟାମଲାଇ ଗ୍ରାମରୁ ନାଗ ସାପ ସହ ୧୭ଟି ଅଣ୍ଡା ଉଦ୍ଧାର ହୋଇଛି । ଶ୍ୟାମଲାଇ ଗ୍ରାମର କାହ୍ନୁ ଚରଣ ପାତ୍ରଙ୍କ ଘର ବାଡିରେ ନାଗ ସାପ ରହିଥ‌ିବା ପରିବାର ଲୋକ ଦେଖୁଥିଲେ । ବାଡିରେ ଥିବା ଜାମ ଗଛ କୋରଡ ମଧ୍ୟରେ ସାପ ଅଣ୍ଡା ସହ ରହିଥିଲା । ଏହା ପରେ କାହ୍ନୁ ସାପ ଓ ଅଣ୍ଡାକୁ ଉଦ୍ଧାର ପାଇଁ ସ୍ନେକ ହେଲ୍ସ ଲାଇନକୁ ଜଣାଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସନ୍ଦୀପ ସେଠୀ ସେଠାରେ ପହଞ୍ଚି ସାପ ସହ ଅଣ୍ଡାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ନାଗ ସାପଟି ୫ ଫୁଟ ଲମ୍ବ ହୋଇଥିବା ବେଳେ ନିକଟରେ ୧୭ଟି ଅଣ୍ଡା ଥିଲା । ନାଗସାପ ଓ ଅଣ୍ଡାକୁ ବ୍ରହ୍ମପୁରରେ ଥିବା ବନାଞ୍ଚଳ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି ।