ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧ ମୃତ୍ୟୁ, ପ୍ରଶାସନର ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଲା ଗାଡି ଚଳାଚଳ ସ୍ୱାଭାବିକ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଂ ରେ 33 କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି l ମୃତ ବୃଦ୍ଧ ଜଣକ ହେଲେ ଉଦ୍ଧବ ବିନ୍ଧାଣି I ଆଜି ସକାଳେ ଏକ ଗଛଡାଳ କାଟୁଥିବା ସମୟରେ ନିକଟରେ ଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧ ଜଣକ ଜଳିଯାଇ ଥିଲେ I ଖବର ପାଇ ପୁଲିସ ଓ ଦମକଳ ବାହିନୀ ସେଠାରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ l
ଶବକୁ ଜବତକରି ବ୍ୟବଛେଦ ପାଇଁ ନେବା ବେଳେ ଶବକୁ ଛାଡିନ ଥିଲେ ଅଞ୍ଚଳବାସୀ I କ୍ଷତି ପୂରଣ ଦାବିରେ ଗ୍ରାମବାସୀ 59 ନମ୍ବର ଜାତୀୟ ରାଜପଥକୁ ମୃତକଙ୍କ ଶବ ରଖି ରାସ୍ତା ଅବରୋଧ କରିଥିଲେ ଏବଂ ମରଣଜନ୍ତା ପାଲଟିଥିବା 33 କେଭି ଲାଇନକୁ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ଦୀର୍ଘ ପାଞ୍ଚଘଣ୍ଟା ରାସ୍ତା ଅବରୋଧ କରିଥିଲେ I ଘଟଣା ସ୍ଥଳରେ ପୁଲିସି ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ I ସମସ୍ୟାର ସମାଧାନ ନ ହେବାରୁ ବାଲିଗୁଡା ଅତିରିକ୍ତ ଜ଼ିଲ୍ଲାପାଳ ହଳଧର ନାୟକ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତି ପୂରଣ ଓ 33 କେଭି ଲାଇନ ଉଚ୍ଚରେ ନିଆଯିବ ବୋଲି ନିର୍ଭର ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା I ବର୍ତ୍ତମାନ 59 ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡିଛି l