ବଜ୍ରପାତରେ ରେ ୧୧ଟି ଗାଇଗୋରୁ ମୃତ…….

ଅନୁସନ୍ଧାନ ଭାରତ(ବ୍ୟୁର): ରାଇକିଆ ବ୍ଳକ ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତର ବୁଡାମାହା ଗ୍ରାମରେ କାଳବୈଶାଖୀ ବର୍ଷା ଓ ବଜ୍ର ପାତରେ ୧୧ଟି ଗାଇ ଗୋରୁଙ୍କ ମୃତ୍ୟୁ ଘଟିଛି I ସୂଚନା ଅନୁଯାୟୀ ଶନିବାର ଦିନ ସନ୍ଧ୍ୟା ସମୟରେ ଗାଇ ଗୋରୁମାନେ ଚରି ଫେରୁ ଥିବା ବେଳେ ହଠାତ୍ ବର୍ଷା ହେବା ଫଳରେ ଏସବୁ ଗାଇ ଗୋରୁ ଗଛ ମୂଳରେ ଆଶ୍ରୟ ନେଇଥିଲେ I ସେବେଳେ ହଠାତ୍ ବଜ୍ରପାତ ହେବା ଫଳରେ ୧୧ଟି ଗାଇ ଗୋରୁଙ୍କ ମୃତ୍ୟୁ ଘଟିଥିଲା I ମୃତ୍ୟୁ ବରଣ କରିଥିବା ଗାଇଗୋରୁ ବୁଡାମାହା ଗ୍ରାମର ହୋଇ ଥିବା ସୂଚନା ମିଳିଛି I ଅଭିମନ୍ୟୁଙ୍କ ୩ଟି , ଆଜିତ ୨ଟି, ପବିତ୍ରଙ୍କର ୩ଟି ଓ କାନଚେନ ୧ଟି, ବିପ୍ରଚରଣ ଙ୍କର ୨ଟି ଲେଖାଏଁ ଗାଇଙ୍କ ମୃତ୍ୟୁ ଘଟି ଥିବା ଜଣାପଡିଛି I ଗୋରୁ ମାଲିକମାନେ ଗରିବ ହୋଇଥିବା ଯୋଗୁଁ ଏସମସ୍ତ ଗାଇଗୋରୁ ମାଲିକଙ୍କୁ ପ୍ରଶାସନ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି I