ବାଟ ଓଗାଳୁଛି ଖଡ଼ଗନଦୀ, ଯାତାୟାତ ସେବା ନ ଯୋଗାଇଲେ ନିର୍ବାଚନ ବର୍ଜନର ଚେତାବନୀ ଦେଲେ ଅଡ଼ିମାହା ଗ୍ରାମପଞ୍ଚାୟତବାସୀ……

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସ୍ୱାଧୀନତାର ଦୀର୍ଘ ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଅଡ଼ିମାହା ଗ୍ରାମପଞ୍ଚାୟତ ବାସୀ I କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଆଡିମାହା ଗ୍ରାମପଞ୍ଚାୟତର ଲିଙ୍ଗରସାହି, ନୁଆଁପଦର, ବେଡିପଦର, ଡୁଡୁଗୁମ, କାଚାବାଲି, ଜର୍ଗିସୁଗା, କୁଟୁଡୁପା, ସିଟୁପାଜୁ, ସାଙ୍କୁଶବାଲି ,ବାଡ଼ିପଙ୍ଗା, ଆଡିମାହା, ବାଡ଼ିପଙ୍ଗା, ରାଜସ୍ବ ଗ୍ରାମକୁ ନେଇ ନବଗଠିତ ଆଡିମାହା ଗ୍ରାମପଂଚାୟତ I ଏହି ଗ୍ରାମ ପଂଚାୟତରେ ୧୧ଟି ଗୋଟି ୱାର୍ଡ ରହିଛି I ପଂଚାୟତ ଗଠନକୁ ପାଞ୍ଚବର୍ଷ ପୁରିବ କିନ୍ତୁ କୌଣସି ଆଖି ଦୃଷ୍ଟିଆ ଉନ୍ନତି ପରିଲକ୍ଷିତ ହେଉନାହିଁ I ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନ ଭଳି ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ I ରାସନ ସାମଗ୍ରୀ ପଡି ଚାଉଳ କିରୋସିନି ପାଇଁ ମହାସିଂ ଗ୍ରାମ ପଂଚାୟତ ଉପରେ ନିର୍ଭର କରନ୍ତି ଅଞ୍ଚଳବାସୀ I ହାଇସ୍କୁଲ ପାଠପଢିବା ଓ ଅନାନ୍ୟ ସରକାରୀ କାମ ପାଇଁ କ.ନୂଆଗାଁ ଯିବାକୁ ପଡେ I କିନ୍ତୁ ଗାଁ ନିକଟରେ ଖରସ୍ରୋତା ଖଡ଼ଗ ନଦୀ ବାଟ ଓଗାଳୁ ଥିବାରୁ ବର୍ଷା ଦିନରେ ନଦୀରେ ବଢ଼ିଆସୁଥିଲେ ମଧ୍ୟ ସ୍କୁଲ କଲେଜ ପିଲା ପ୍ରସୂତି ମହିଳା ଓ ବୟସ୍କ ଲୋକେ ବିପଦ ସଂକୁଳଅବସ୍ଥାରେ ନଦୀ ପାର ହୋଇ ଯାତାୟତ କରୁଥିବା ଦେଖିବାକୁ ମିଳୁଛି I ବାଲିଗୁଡା ଦେଇ ମହାସିଂ ଯିବାକୁ ହେଲେ ଦୀର୍ଘ ୧୩ କିଲୋମିଟର ରାସ୍ତା ଯିବାକୁ ପଡୁଛି I ଅଧିକ ଖର୍ଚ୍ଚାନ୍ତକୁ ଡରି ଗ୍ରାମବାସୀ ଜୀବନକୁ ବାଜିଲଗାଇ ନଦୀପାର ହୋଇ ଯାତାୟତ କରନ୍ତି l ରାସ୍ତାର ଅବସ୍ଥା ନ କହିବା ଭଲ କାଦୁଅ ପଚପଚ ରାସ୍ତା ସାଙ୍ଗକୁ ଖାଲ ଖମାରେ ପରିପୂର୍ଣ୍ଣ I ଜଙ୍ଗଲୀ ରାସ୍ତାରେ ଚାରି ଚକିଆ ଯାନ ଆମ୍ବୁଲାନ୍ସ ଯାତାୟତ କରିବା ଦୂରର କଥା ଦୁଇ ଚକିଆ ଯାନ ଯିବା କଷ୍ଟକର ବ୍ୟାପାର ହୋଇ ଥାଏ I ଦୀର୍ଘ ବର୍ଷ ହେବ ଗ୍ରାମପଞ୍ଚାୟତର ପ୍ରାୟ ତିନିହଜାରରୁ ଉର୍ଦ୍ଧ ଲୋକ ଦୁର୍ଦଶା ଭୋଗୁଥିବା ଅଭିଯୋଗ କରି ଆସୁଛନ୍ତି I ଏନେଇ ବାରମ୍ବାର ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରିଥିଲେ ମଧ୍ୟ ଫଳ ଶୂନ I ଫଳରେ ପଂଚାୟତବାସୀଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି I ଗାଁକୁ ବିଜୁ ପଟ୍ଟନାୟକ ପକ୍କା ରାସ୍ତା ଓ ତୁରନ୍ତ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବୀ କରିଛନ୍ତି ଗ୍ରାମପଞ୍ଚାୟତବାସୀ I ନଚେତ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ୱାର୍ଡ ମେମ୍ବର ପ୍ରହଲ୍ଲାଦ ହଂସ, ସାବିତ୍ରୀ କୋଠଦଳାଇ, ସୁକାନ୍ତ ଆମୟତଙ୍କ ସମେତ ଗ୍ରାମବାସୀ I