ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡ଼ିବନ୍ଧ ଠାରେ ଅଭାନୀୟ ଘଟଣା ଘଟିଛି I ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଟେଣ୍ଟ ହାଉସ I ଯାହା ପାଇଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଛାରଖାର ହୋଇ ଯାଇଛି I ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇ ଥିବା ସୂଚନା ମିଳିଛି I ସୋମବାର ଭୋରରୁ ତୁମୁଡିବନ୍ଧର ମାଣିକେଶ୍ବରୀ ଟେଣ୍ଟ ହାଉସରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ଲାଇଟ ସାଉଣ୍ଡ କପଡା ଓ ଅନାନ୍ୟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି I 

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରି ଥିଲା I ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ନିଆଁ ଲାଗି ଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଗୋଟିଏ ପଟେ କରୋନାର କରାଳଛାୟାରେ ଟେଣ୍ଟ ହାଉସ ମାଲିକ ଅଶ୍ୱିନୀ କୁମାର ସାହୁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ତ୍ତମାନ ଅଗ୍ନିକାଣ୍ଡରେ ଜଳି ଯାଇଛି ଲକ୍ଷାଧିକ ଟଙ୍କାର ଟେଣ୍ଟ ସାମଗ୍ରୀ I ଯାହା କି ବୋଝ ଉପରେ ନଳିତାବିଡା ସଦୃଶ କ୍ଷତି ଉପରେ କ୍ଷତି ହୋଇଛି l ଘଟଣା ସ୍ଥଳରେ କନ୍ଧମାଳ ଲାଇଟ ସାଉଣ୍ଡ ଟେଣ୍ଟ ଚିତ୍ରାଳୟ ସଂଘର ସଭାପତି ସୁଧାଂଶୁ ସେନାପତିଙ୍କ ନିର୍ଦେଶ କ୍ରମେ ଉପସଭାପତି ପ୍ରମୋଦ ଚନ୍ଦ୍ର ପାଲଟା, କୋଷାଧକ୍ଷ ପ୍ରଦୀପ କୁମାର ପଣ୍ଡା, ସମ୍ପାଦକ ସୁନୀଲ କୁମାର ମୁନୀ, ଉପ ସଭାପତି ରଂଜିତ କୁମାର ମହାନ୍ତି ଓ ସଂଘର ସଦସ୍ୟଗଣ ପ୍ରମୁଖ ପହଂଚି ଅଶ୍ୱିନୀଙ୍କୁ ସ୍ୱାନ୍ତନା ଦେଇଥିଲେ ଏବଂ ପ୍ରଶାସନ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ କରିଥିଲେ I