ରଖେ ହରି ତ ମାରେ କିଏ? ମାନବିକତାର ପରିଚୟ ଦେଇ ଆଘାତ ପ୍ରାପ୍ତ ମାଙ୍କଡ଼କୁ ନୂତନ ଜୀବନ ଦେଲେ ଯୁବ ସାମ୍ବାଦିକ…..

ଅନୁସନ୍ଧାନ ଭାରତ(ବ୍ୟୁର): ଏକ ମାଙ୍କଡ ରାସ୍ତାର ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ପାର ହେଉଥିବା ସମୟରେ ଜଣେ ଦୁର୍ବୁତ୍ତ ଗାଡି ଚାଳକ ମାଙ୍କଡକୁ ଗାଡି ଲଗେଇ ଦେଇ ସେଠାରୁ ଫେରାର ହୋଇଥିଲେ I ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଯୋଗୁଁ ରକ୍ତରେ ଜୁଡୁବୁଡୁ ହୋଇ ମରଣ ସହ ସଂଘର୍ଷ କରୁଥିଲା ମାଙ୍କଡ I ହେଲେ କଥାରେ ଅଛି ରଖେ ହରି ତ ମାରେ କିଏ? ଆଉ ଏହି କଥା ଆଜି ମାଙ୍କଡକୁ ନୂତନ ଜୀବନ ଦେଇଛି I ଆଜି ଦିନ ପ୍ରାୟ ସାଡେ ଦୁଇଟା ରୁ ତିନିଟା ସମୟ ହେବ ପ୍ରତିଜ୍ଞା ଟିଭିର ଯୁବ ସାମ୍ବାଦିକ ଫିଲିପି କୁମାର ଦିଗାଳ ବାଲିଗୁଡାରୁ ତୁମୁଡିବନ୍ଧ ଫେରୁଥାନ୍ତି I କିଛି ବାଟ ଅତିକ୍ରମ ପରେ ତୁମୁଡିବନ୍ଧ ପହଞ୍ଚି ଥାନ୍ତେ I ହେଲେ ପହଞ୍ଚିବା ପୂର୍ବରୁ ହଟାତ ତାଙ୍କ ଆଖି ପଡିଗଲା ରାସ୍ତା କଡର ଏକ ଜନଗହଳି ସ୍ଥାନରେ କିଛି ଲୋକୋ ରୁଣ୍ଡ ହୋଇ ମୁମୁର୍ଷ ଅବସ୍ଥାରେ ମାଙ୍କଡକୁ ଉଦ୍ଧାର କରି ପାଣି ପିଆଉଥାନ୍ତି I ମୃତ୍ୟୁ ସହ ସଂଘର୍ଷ କରୁଥିବା ମାଙ୍କଡକୁ ଦେଖି ଯୁବ ସାମ୍ବାଦିକଙ୍କ ଗାଡି ଆଉ ଆଗକୁ ବଢ଼ି ପରିନଥିଲା I ମାଙ୍କଡ଼କୁ ବଞ୍ଚେଇବା ଉଦେଶ୍ୟରେ କାଳ ବିଳମ୍ବ ନ କରି ଯନ୍ତ୍ରଣାରେ ଛଟପଟ ହେଉଥିବା ମାଙ୍କଡକୁ ନିଜ ବାଇକରେ ଧରେ କ୍ଷିପ୍ର ଗତିରେ ସେଠାରୁ ତୁମୁଡିବନ୍ଧ ପ୍ରାଣୀ ଚିକିତ୍ସାଳୟ ଅଭିମୁଖେ ବାହାରି ପଡ଼ିଥିଲେ I ସେଠାକୁ ପହଞ୍ଚିବା ପରେ ପ୍ରାଣୀ ଚିକିତ୍ସକ ମଧ୍ୟ ଅବିଳମ୍ବେ ମାଙ୍କଡର ଚିକିତ୍ସା ଆରମ୍ଭ କରି ଦେଇଥିଲେ I ଚିକିତ୍ସା ପରେ ମାଙ୍କଡଟି ବର୍ତମାନ କିଛିଟା ସୁସ୍ଥ ଓ ସମ୍ପୂର୍ଣ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ପ୍ରାଣୀ ଚିକିତ୍ସକ ସୂଚନା ଦେଇଛନ୍ତି I ଯୁବ ସାମ୍ବାଦିକଙ୍କ ଏହି ମହାନତା ପାଇଁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି I