ଦୁର୍ନୀତିରେ ଉବୁଡୁବୁ କୋଟଗଡ ବ୍ଲକ, ମନୋରଗାର ଅର୍ଥ ଆତ୍ମସାତ ଅଭିଯୋଗ…

କୋଟଗଡ଼(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ l ଯାହାକି ଏକ ଉପାନ୍ତ ଓ ମାଓ ଆଧ୍ୟୁଷିତ ବ୍ଲକ ଭାବରେ ପରିଚିତ l ଏହି ବ୍ଲକର ବିକାଶ ନିମନ୍ତେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଆସୁଛି l ହେଲେ ବିକାଶ ସେତେଟା ହୋଇ ନ ଥିବା ଦେଖା ଦେଇଛି l ଏହି ସରକାରୀ ଅନୁଦାନ ହରିଲୁଟ ହେଉ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ l ଏନଇ ଅଂଚଳ ବାସୀ ବାରମ୍ବାର ଅଭିଯୋଗ କରୁ ଥିଲେ ସୁଦ୍ଧା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଇବାରେ ଲାଗିଛି l ଏହି ବ୍ଲକରେ ଦୁର୍ନୀତି କେବଳ ଗୋଟିଏ ପଂଚାୟତରେ ସୀମିତ ହୋଇ ରହି ନାହିଁ l ବରଂ କର୍କଟ ରୋଗ ସଦୃଷ୍ଟ ସମଗ୍ର ବ୍ଲକରେ ବ୍ୟାପିବାରେ ଲାଗିଛି l ସୂଚନା ଅନୁସାରେ କିଛି ଦିନ ପୂର୍ବେ ଦୁର୍ଗାପଙ୍ଗା ପଞ୍ଚାୟତର ଦେଢ଼ କୋଟିର ମହା ଦୁର୍ନୀତିର ପର୍ଦ୍ଧାଫାସ ହେବା ପରେ ବିଭିନ୍ନ ପଂଚାୟତର ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସିବାରେ ଲାଗିଛି l ହେଲେ ମଧ୍ୟ ପ୍ରଶାସନର ତତ୍ପରତା ପ୍ରକାଶ ପାଇ ନାହିଁ l ବିଭିନ୍ନ ପଞ୍ଚାୟତରେ ଯେଉଁ ମନୋରେଗା ଯୋଜନା ମାଧ୍ୟରେ ଲୋକମାନଙ୍କୁ ଯେଉଁ ସବୁ କାମ ଯୋଗାଇ ଦିଆଯାଉଛି l ତାହାସବୁ ଠିକ ଭାବରେ କାମ କରାଯାଉ ନାହିଁ, କିଛି କlମ କରି ଲୋକମାନଙ୍କୁ କାମ ସରିଗଲା ପରେ ସରକାରୀ କର୍ମଚାରୀମାନେ ଫୁଣି ସେହି କାମର ମାଷ୍ଟରଲ ବାହାର କରି ସେମାନେ ସେହି ପଇସା ସବୁକୁ ଆତ୍ମସାତ କରୁ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ l ଯଦି ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦିଅନ୍ତେ କନ୍ଧମାଳ ଜିଲ୍ଲାର ଗାଁ ଗହଳିରୁ ଯେଉଁ ଯୁବକ ଓ ଯୁବତୀମାନେ ରାଜ୍ୟ ବାହାରକୁ ଦାଦାନ ଖଟିବାକୁ ଯାଉ ଥିବା ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l କୋଟଗଡ଼ ବ୍ଲକରେ ଦୁର୍ନୀତି ବର୍ତ୍ତମାନ ଚରମ ସୀମାରେ ପହଞ୍ଚିଛି l ସରକାର ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି l ଯଦି ସରକାର ଏଥି ପ୍ରତି ନିରବ ରୁହନ୍ତି ତାହାହେଲେ ଆଗାମୀ ଦିନରେ କୋଟଗଡ଼ ବ୍ଲକର ଜନସାଧାରଣ ଆନ୍ଦୋଳନର ପନ୍ଥା ଆପଣେଇବେ ବୋଲି କୋଟଗଡ ଜିଲ୍ଲାପରିଷଦ ଜୋନ ପ୍ରାର୍ଥୀ ଶୁଶାନ୍ତ କଂହର ମତପ୍ରକାଶ କରିଛନ୍ତି l