ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ସୁବଲଡା ଗ୍ରାମପଞ୍ଚାୟତ ସ୍ଥିତ ଲରଡ଼ା ଗ୍ରାମରେ ଆଜି ସକାଳେ ଏକ କୂଅରେ ବାଛୁରୀ ଟିଏ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ l ଲରଡ଼ା ଗ୍ରାମର ଏକ ବିଲ ମଝିରେ ଏକ ପଥର କୂଅ ଏବଂ ସେହି କୂଅ ଉପରେ ଛାତ ପକେଇ ଏକ ନଳକୂପ ବସାଯାଇଛି l ନଳକୂପରୁ ପାଣି ନବାହାରିଲେ ସେହି ଛାତରେ ଛୋଟ ବାଟ ଦେଇ ବାଲ୍ଟି ସାହାଯ୍ୟରେ ପାଣି ବାହାର କରି ପିଇବା ପାଣି ରୂପେ ବ୍ୟବହାର କରୁଥିଲେ ଲରଡ଼ା ଗ୍ରାମବାସୀ l ଆଜି ସକାଳେ ପାଣି ପାଇଁ ଯାଇଥିବା ବେଳେ କୂଅ ଭିତରୁ ବାଛୁରୀର ରଡି ଶୁଭିଥିଲା । କୂଅ ଭିତରେ ଗୋଟେ ବାଛୁରୀ ପଡ଼ିଥିବା ଦେଖି ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ରା. ଉଦୟଗିରି ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀଧର ସେଠୀଙ୍କୁ ଖବର ଦେଇଥିଲେ l ଖବର ପାଇ ଲରଡ଼ା ଗ୍ରାମରେ ଆଗ୍ନିକ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l ଦୀର୍ଘ ତିନି ଘଣ୍ଟା ଧରି ସ୍ଥାନୀୟ ଯୁବକମାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲେ l କିନ୍ତୁ ଦୁର୍ଭାଗ୍ୟର ବିଷୟ ବାଛୁରୀଟି ଜୀବିତ ଉଦ୍ଧାର ହୋଇପାରିଲା ନାହିଁ l ଉଦ୍ଧାର କାର୍ଯ୍ୟ ସମୟରେ ସୁବଲଡା ଗ୍ରାମପଞ୍ଚାୟତ ସରପଞ୍ଚ ବିରୋଜା ମଣ୍ଡଳ , ଗ୍ରାମସେବକ ମନୋଜ କୁମାର ପଣ୍ଡା , ସମିତି ସଭ୍ୟ ଗଙ୍ଗାଧର ରଇତଙ୍କ ସହ ଲରଡ଼ା ଗ୍ରାମର ସମସ୍ତ ଯୁବକ ଯୁବତୀ ପୁରୁଷ ମହିଳା ଉପସ୍ଥିତ ଥିଲେ l