ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲାବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣା ହୋଇଛି । ବସଟି ଭୁବନେଶ୍ଵର ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ ମାର୍ଲବା ଘାଟିରେ ବସ ଘାଟି ରାସ୍ତା ଓହ୍ଲାଇବା ବେଳେ କୌଣସି କାରଣ ବଶତଃ ରାସ୍ତା ପାର୍ଶ୍ୱରେ ଓଲଟି ପଡିଥିବା ବେଳେ ବସରେ ଥିବା ୨୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ପ୍ରଥମେ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଥିଲା ଡାକ୍ତର ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ । କେତେକଙ୍କ ଅବସ୍ଥା ସଙ୍କଟ ପୂର୍ଣ୍ଣ ଥିବାରୁ ଆହତମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।