ଗଦ୍ରଙ୍ଗିଆ ଘାଟିରେ ଭାରସାମ୍ୟ ହରେଇ କାଠ ବଜେଇ ଟ୍ରକ ଦୁର୍ଘଟଣା….

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ଗଦ୍ରିଙ୍ଗିଆ ଘାଟିରେ ୨୪ ଘଣ୍ଟା ନ ହେଇଣୁ ପୁଣି ଏକ କାଠ ବଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକର ଚାଳକ ବାଲିଗୁଡ଼ା ମେଡିକାଲ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ ଭବାନୀପାଟଣା ଠାରୁ ଖୋର୍ଦ୍ଧା ଜିଲ୍ଲାକୁ ଟ୍ରକ କାଠ ସାମଗ୍ରି ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ବାରମ୍ବାର ଗଦ୍ରିଙ୍ଗିଆ ଘାଟିରେ ଦୁର୍ଘଟଣା ଘଟୁଥିବା ଯାତ୍ରୀ କ୍ଷତିଗ୍ରସ୍ତ ହେବା ସହିତ ହନ୍ତସନ୍ତ ହେଉଥିବା ସୂଚନା ମିଳିଛି । ସ୍ଥାନୀୟ ପ୍ରଶାସନ ଓ ଏନ୍ ଏଚ୍ କର୍ତ୍ତୃପକ୍ଷ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଗଦ୍ରଙ୍ଗିଆ ଘାଟି ନିକଟରେ ଏକ ବୁଲାଣି ରହିଅଛି ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ହେବା ଦେଖିବାକୁ ମିଳୁଛି ।