ଅନୁସନ୍ଧାନ ଭାରତ (ବ୍ୟୁର): ଜାମ୍ମୁ କାଶ୍ମୀରର ପହଲଗାଁରେ ପର୍ଯ୍ୟଟକଙ୍କ ଉପରେ ପାକିସ୍ତାନ ପ୍ରେରିତ ଆତଙ୍କବାଦୀଙ୍କ ହୃଦୟ ବିଦାରକ ନରସଂହାର ପରେ ଭାରତର ତିନି ସେନା ନିଜ ପରାକ୍ରମ ଦେଖାଇ ଅପରେସନ ସିନ୍ଦୁର ଜରିଆରେ ନିଆଯାଇଥିବା ପ୍ରତିଶୋଧମୂଳକ ଯୁଦ୍ଧରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଭାରତୀୟ ତିନି ସେନାର ବିଜୟ ଓ ବୀରତ୍ଵ ବିଷୟରେ ଓ ସହିଦ୍ ହୋଇଥିବା ସୈନିକ ଓ କାର୍ଯ୍ୟରତ ସୈନିକମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଶନିବାର ଦିନ ଜି.ଉଦୟଗିରି ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ତରଫରୁ ସ୍ଥାନୀୟ ବିଏସଏନଏଲ କାର୍ଯ୍ୟାଳୟ ଠାରୁ ତ୍ରିରଙ୍ଗା ପତାକା ସହ ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । ଅପରେସନ ସିନ୍ଦୁରର ସଫଳତା ପାଇଁ ତିନି ସେନାକୁ ପ୍ରସଂଶା କରାଯିବା ସହ ଯୁବ ପୀଢ଼ିଙ୍କୁ ଦେଶର ସୁରକ୍ଷା ନିମନ୍ତେ ଜୀବନ ଉସ୍ଛର୍ଗ ପାଇଁ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନଗୋବିନ୍ଦ ପ୍ରଧାନ, ମାୟାବନ୍ଧୁ ପ୍ରଧାନ, ଭେଙ୍କଟେଶ୍ୱର ବେହେରା, ଭୁବନ ମଲ୍ଲିକ, ସରପଞ୍ଚ ଅବଲୋକର ପ୍ରଧାନ, କାଉନସିଲର କୁନ୍ତୀମା ମଲ୍ଲିକ, ସଙ୍ଗୀତା ନାୟକ,.ଜ୍ଞାନ ରଞ୍ଜନ ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ ।ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୁଲିସ କର୍ମଚାରୀ ସହଯୋଗ କରିଥିଲେ ।