ବନଖଣ୍ଡ ତୁମ୍ବୁଡ଼ିବନ୍ଦ ବନାଞ୍ଚଳର କୁର୍ତ୍ତମଗଡ ଫୋରେଷ୍ଟ ଅଞ୍ଚଳ ପରମପଙ୍ଗା ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । କିଛି ଦିନ ହବ କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ହାତୀମାନେ ଆତଙ୍କୀ ଖେଳେଇଥିଲେ ଏବଂ ତିନି ଚାରି ଦିନ ହେବ କନ୍ଧମାଳ ଜିଲ୍ଲା ଅଞ୍ଚଳ ବାଲିଗୁଡା ବନଖଣ୍ଡ ଅଞ୍ଚଳରେ ଆଠଟି ହାତୀ ପଶି ଆତଙ୍କୀ ଖେଳେଇଛନ୍ତି ।ପ୍ରଥମେ ଗୁମୁଡୁମାହା ଗ୍ରାମରେ ପଶି ତଣ୍ଡାପଦର, ଟେଂଗେରି, ପରମପଙ୍ଗା, ସୁକୁଙ୍ଗିଆ ଗ୍ରାମରେ ଥିବା ଜଙ୍ଗଲ ରହି ଗ୍ରାମରରେ ପଶି ପଣସ କଦଳୀ ଗଛ ବାଉଁଶ ନଷ୍ଟ କରିଥିବା ଜଣାପଡିଛି । ହାତୀ ଆତଙ୍କିରେ କାହାର କୌଣସି କ୍ଷୟ କ୍ଷତି ହେଇନଥିବା ସୂଚନା ମିଳିଛି କିନ୍ତୁ ଏହି ଘଟଣା ବିଷୟରେ ବନବିଭାଗରେ ଜଣେଇଥିଲେ କିନ୍ତୁ ବନ ଅଧିକାରୀମାନେ ହାତୀ ଘଉଡ଼ାଇବା ପାଇଁ ବିଳମ୍ବରେ ଆସିଥିବାରୁ ସୁକୁଙ୍ଗିଆ ପରମପଙ୍ଗାର ଯୁବକମାନ ଘଉଡ଼େଇବା ଉଦ୍ୟମ କରିବା ବେଳେ ହାତୀମାନେ ଯୁବକମାନଙ୍କୁ ଆକ୍ରମଣ କରୁଥିବା ସମୟରେ ସୁକୁଙ୍ଗିଆର ଜଣେ ଯୁବକ ଆହତ ହେଇଥିବା ଜଣାପଡିଛି ।ଏବିଷୟରେ ବନ ଅଧିକାରୀକୁ ପଚାରିବାରୁ କହିଛନ୍ତି ଯେ ଏହି ହାତୀ ପଲ କେଉଁ ଅଞ୍ଚଳରୁ ଆସିଛନ୍ତି ଏସମ୍ପର୍କରେ ଆମ ପାଖକୁ କୌଣସି ସୂଚନା ଆସି ନାହିଁ ଏବଂ ଆସିଥିବା ହାତୀ ପଲକୁ ଘଉଡ଼େଇବା ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ।