ଉଛଲା ଠାରେ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଛଳା ଗାଁର ଶିବ ମନ୍ଦିର ଠାରେ ଶନିବାର ଦିନ କିଟ୍, କିସ୍ ଓ କିମ୍ସ୍ କଳାହାଣ୍ଡି ଶାଖା ପକ୍ଷରୁ ” ଆର୍ଟ ଅଫ୍ ଗିଭିଂ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ହୃଷିକେଶ ଭୋଇ(ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ) ଭାବରେ ଯୋଗଦେଇ ଥିଲେ । କିସ୍ ବିଦ୍ୟାଳୟର ସୁଚିନ୍ତକ ଗଙ୍ଗାଧର ଶବର, ପରମାନନ୍ଦ ମାଝୀ ଏବଂ ପିତାମ୍ବର ଶବର(ସମାଜ ସେବୀ), ଚନ୍ଦ୍ରମଣି ଶବର(ସମାଜ ସେବୀ), ସନାତନ ମିଶ୍ର(କିମ୍ସ କର୍ମଚରୀ), ଜଗନ୍ନାଥ ଶବର(ସମାଜ ସେବୀ), ତ୍ରିଲୋଚନ ପାଣିଗ୍ରାହୀ(ସମାଜ ସେବୀ) ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ । ଆଦିବାସୀ ଛାତ୍ର/ଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ  ନେଉଥିବାରୁ କିଟ୍ ଓ କିସ୍ ବିଦ୍ୟାଳୟର ପ୍ରତିଷ୍ଠାତା ଡଃ.ଅଚ୍ୟୁତ ସାମନ୍ତଙ୍କ ମହାନ ଅବଦାନକୁ ପ୍ରଶଂସା କରି ଆଗାମୀ ଦିନରେ ଆଦିବାସୀ ଛାତ୍ରଛାତ୍ରୀମାନେ ଏଭଳି ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ କରି ସମାଜରେ ପ୍ରତିଷ୍ଠିତ ହେବା ପାଇଁ ଅତିଥିମାନେ ମତ ବକ୍ତବ୍ୟ କରି ଥିଲେ । କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ବିଶ୍ଵରେ ଶାନ୍ତି ଏବଂ ଖୁସିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରୟାସ ଭାବେ ଆରମ୍ଭ କରିଛନ୍ତି । ଏହା କେବଳ ଭୌତିକ ଦାନ ବିଷୟରେ ନୁହେଁ ବରଂ ଏହା ପ୍ରେମ, ସମୟ, ସମର୍ଥନ ଏବଂ ଅନ୍ୟର ଯତ୍ନ ଓ ଖୁସି ଦେବା ଦିଗରେ ପ୍ରୟାସ ହେଉଛି ‘ଆର୍ଟ ଅଫ୍ ଗିଭିଂ’ । ଏହା ପ୍ରକୃତରେ ମଣିଷ ଏବଂ ମାନବୀୟ ଚିନ୍ତାଧାରା ଆପଣାଇବା ପାଇଁ ଶିକ୍ଷା ଦେଇଥାଏ । ଦାନ କରିବାର କଳା ଜାତି, ଧର୍ମ, ବୟସ, ଧର୍ମ କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତେ ଅଭ୍ୟାସ କରିପାରିବେ । ଏହି ବାର୍ତ୍ତାକୁ ସମସ୍ତେ ପ୍ରଶଂସା କରିବା ସହିତ ପାଳନ କରିବା ପାଇଁ ପ୍ରତିଜ୍ଞା ନେଇଥିଲେ । କିସ୍ କଳାହାଣ୍ଡି ବିଦ୍ୟାଳୟର କର୍ମଚାରୀ ଯଶବନ୍ତ ମାଝୀ, ମହେନ୍ଦ୍ର ଧାରୁଆ ଏବଂ କିସ୍ ବିଦ୍ୟାଳୟର ଅଭିଭାବକ ପୂର୍ଣ୍ଣଚନ୍ଦ୍ର ଶବର ଏବଂ ସମସ୍ତ ଅଭିଭାବକ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ କରିଥିଲେ ।