ଦାରିଙ୍ଗବାଡ଼ି(ଆଶୋକ ସିଂ): ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦୁଇ ପୃଥକ ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ସୁଲୁମା ଗ୍ରାମର ଫିଲିମନ ଦିଗାଲ(୬୧) କୌଣସି କାମରେ ଦାରିଙ୍ଗବାଡ଼ି ଯିବା ପାଇଁ ଘରୁ ବାହାରି ଯିବା ସମୟରେ ଅନ୍ୟଏକ ମଟର ସାଇକେଲ ଆରୋହୀ ଦୁର୍ଘଟଣା ଘଟାଇ ଥିଲା । ଫଳରେ ଗୋଡ଼ ଭାଙ୍ଗିବା ସହ ଗୁରୁତର ହୋଇଥିଲେ । ତାଙ୍କୁ ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ସେହି ପରି ଉକ୍ତ ଥାନାର ଟେପାରି ଗ୍ରାମ ନିକଟରେ ମଟର ସାଇକେଲ ଓ ଡାଲାଅଟୋ ଦୁର୍ଘଟଣାରେ ବାଇମାଲା ପାନାଗାଡୁ ଗ୍ରାମର ନନ୍ଦ ଦିଗାଲ (୪୩)ଗୁରୁତର ଆହତ ହୋଇଥିଲେ । ଅଗ୍ନିଶମ ବିଭାଗ ସୁଚନା ପାଇ ଟେପାରି ଗ୍ରାମର ଘଟଣା ସ୍ଥଳରେ ପହଞ୍ଚି ନନ୍ଦକୁ ଉଦ୍ଧାର କରି ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିବା ଜଣା ପଡ଼ିଛି ।