ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ରବିବାର ନିୟନ୍ତ୍ରିତ ବଜାର କମିଟି ସଭା ଗୃହରେ “ସାର୍ବଜନୀନ ଉପଯୋଗୀ ସେବା ପାଇଁ ସ୍ଥାୟୀ ଲୋକ ଅଦାଲତର ପ୍ରତିଷ୍ଠା ଓ କାର୍ଯ୍ୟ ଏବଂ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ପ୍ରଣାଳୀ ଉପରେ ସଚେତନତା କାର୍ଯ୍ୟକ୍ରମ”ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଶେଖ୍ ମହମ୍ମଦ କଏସ ଯୋଗ ଦେଇ ସ୍ଥାୟୀ ଲୋକ ଅଦାଲତରେ ଥିବା ବିଭିନ୍ନ ଆଇନଗତ ଅଧିକାର ବିଷୟରେ ବର୍ଣ୍ଣନା କରିଥିଲେ । ସେହିପରି ବରିଷ୍ଠ ଦିୱାନୀ ବିଚାରପତି ଦେବାଶିଷ ବିଶୋଇ ବିକଳ୍ପ ବିବାଦ ସମାଧାନ ପ୍ରଣାଳୀରେ ବର୍ଣ୍ଣିତ ମଧ୍ୟସ୍ଥତା ମାଧ୍ୟମରେ କିଭଳି ଆଇନଗତ ସାହାଯ୍ୟ ମିଳେ ସେହି ବିଷୟରେ ଆଲୋକପାତ କରିଥିଲେ । ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ସ୍ଥାୟୀ ଲୋକ ଅଦାଲତର ଗଠନ ଏବଂ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଙ୍ଗନୱାଡ଼ି ସହାୟିକା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଗଣ ଯୋଗଦାନ କରିଥିଲେ । ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସୂଚାରୂପେ ପରିଚାଳନା କରିଥିଲେ l