ବାଲିଗୁଡା (ସିବନ୍ତ ଦିଗାଲ ): ରାଷ୍ଟ୍ରହିତରେ ନିୟୋଜିତ ଭାରତୀୟ ସେନାବଳର ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ସନ୍ଦେଶ ପରିପ୍ରେକ୍ଷିରେ ଏକ ସଚେତନତା ବାର୍ତ୍ତା ପାଇଁ ତୁମୁଡି଼ବନ୍ଧ ପ୍ରଶାସନ ତରଫରୁ ଏକ ରାଲିର ଆୟୋଜନ କରାଯାଇଥିଲା । ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଏବଂ ଚେୟାରମ୍ୟାନ ବାସନ୍ତୀ ପାତ୍ର ସବୁଜ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ । ରାଲିଟି ତୁମୁଡି଼ବନ୍ଧ ଆମ୍ବେଦକର ଛକ ନିକଟରୁରୁ ବାହାରି ତୁମୁଡିବନ୍ଧ ମୁଖ୍ୟ ବଜାର ପରିକ୍ରମା କରି ବ୍ଲକ ସମୁଖରେ ଶେଷ ହୋଇଥିଲା । ଏହି ରାଲିରେ ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ରପାଢ଼ୀ, ଚ୍ୟାରମ୍ୟାନ, ବାସନ୍ତୀ ମାଝୀ,, ପୂର୍ବତନ ଜିଲ୍ଲାପରିଷଦ ନେତ୍ର ମାନ ସେଠ୍ ଏବଂ ସମସ୍ତ S. H. G ମାଙ୍କ ସହ ସମସ୍ତ ଜନ ପ୍ରତିନିଧି, ସରକାରୀ କର୍ମଚାରୀ, ସାଧାରଣ ଜନତା ଓ ଗଣ ମାଧ୍ୟମର ପ୍ରତିନିଧିମାନେ ବହୁ ସଂଖ୍ୟାରେ ସାମିଲ ହୋଇ ଦେଶ ପାଇଁ ନିଜର ସେବା ଓ ତ୍ୟାଗ ନିମନ୍ତେ ବୀର ଯବାନମାନଙ୍କୁ ସମ୍ମାନ ଓ ଉତ୍ସାହ ପ୍ରଦାନ କରିଥିଲେ ।