ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ୫୯ନଂ ଜାତୀୟ ରାଜପଥର ସୀତାପଡି ନିକଟରେ ଏକ ମର୍ମତୁଦ ଦୁର୍ଘଟଣାରେ ଦୁଇ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ବାଟାଗୁଡା ପଞ୍ଚାୟତର ଡୁକୁଲାମିଲା ଗାଁରୁ ତିନିଜଣ ମିଶି ଏକ ଭୋଜି ଖାଇବା ପାଇଁ କ.ନୂଆଗାଁ ବ୍ଲକର ଆଡିମହା ପଞ୍ଚାୟତର ବିନ୍ଧୁ ପଦର ଗାଁକୁ ଯାଉଥିବା ବେଳେ ହୋଇଥିଲା ଦୁର୍ଘଟଣା । ୫୯ ଜାତୀୟ ରାଜପଥର ସୀତାପଡି ନିକଟ ଏକ ବୁଲାନ୍ତିରେ ପଲସର ବାଇକ ନଂ ଓଆର ୧୨ ଏଫ ୬୪୩୯ ଭାରସାମ୍ୟ ହରାଇବାରୁ ରାସ୍ତା କଡକୁ ଚାଲିଯାଇଥିଲା । ଘଟଣା ସ୍ତଳରେ ଫ୍ରାଞ୍ଚିସ ମଲ୍ଲିକ (୨୩ )ଙ୍କ ମୃତ୍ୟୁ ହୋଇଥିବା ବେଳେ ଅଜୁ ମଲ୍ଲିକ ଗୁରୁତର ଅବସ୍ଥାରେ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ଓ ପରେ ଜିଲ୍ଲା ଡାକ୍ତର ଖାନାକୁ ଯାଉଥିବା ବେଳେ ରାସ୍ତାରେ ଅଜୁ ମୃତ୍ୟୁ ବରଣ କରିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି ମେଡିକାଲକୁ ଆଣିଥିବ୍ବା ବେଳେ ଏଏସଆଇ ଉଦ୍ଧବ ଜାନୀ ଏହାର ତଦନ୍ତ ଭାର ନେଇ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଅବ୍ୟାହତ ରଖିଛନ୍ତି ।