ଡନିଙ୍ଗା ରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ବାଳକ ଗୁରୁତର, ବିଦ୍ୟୁତ୍ ବିଭାଗର ଖାମଖିଆଲି ନୀତି ଯୋଗୁଁ ବାରମ୍ଵାର ଘଟୁଛି ଦୁର୍ଘଟଣା…

ଦାରିଙ୍ଗବାଡି(ଆଶୋକ ସିଂ):  ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ବାରମ୍ଵାର ଘଟୁଛି ଦୁର୍ଘଟଣା, ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବାଳକ ଗୁରୁତର ଆହତ ହୋଇ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ  ପ୍ରାଥମିକ ଚିକିତ୍ସା କରିବା ପରେ ଅଵସ୍ଥା ଗୁରୁତର ଥିବା ରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ପରାମର୍ଶ ଦେଇଥିଲେ l ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇ ଥିଲା । ଆହତ ବାଳକ ଜଣକ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ, ଅଡବା ଥାନା ଅଞ୍ଚଳ କଟାମା ପଞ୍ଚାୟତ ଅନ୍ତର୍ଗତ ଗୁଠା ଗ୍ରାମ ର ମିଲୁ ମାଦଳ (୧୪) । ସୂଚନା ଅନୁଯାୟୀ ଉକ୍ତ ଥାନା ଅଞ୍ଚଳ  ଡନିଙ୍ଗା ଗ୍ରାମରେ ଏକ ଵିଵାହ ଭୋଜିରେ ବ୍ୟବହାର କରଯାଇଥିବା ଟେଣ୍ଟ ଖୋଲିବାକୁ ଯିବା ବେଳେ ହଠାତ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତଳେ ପଡ଼ିଯାଇ ଥିଲେ l ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ତାଙ୍କୁ ନିକଟସ୍ଥ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇ ଥିଲା l ପ୍ରଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବଡ଼ ମେଡ଼ିକାଲ ନେବାକୁ ପରାମର୍ଶ ଦେଇଥିଲେ । ତେବେ ଈଶ୍ୱରଙ୍କ ଅଶେଷ କରୁଣାରୁ ଉକ୍ତ ବାଳକର ଜୀବନ ବଞ୍ଚି ଯାଇଛି l ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥାରେ ସ୍ଥିର ଥିବା ବେଳେ ଚିକିତ୍ସା ଚାଲୁରହିଥିବା ତାଙ୍କ ସମ୍ପର୍କୀୟମାନେ କହିଛନ୍ତି । ଏହି ଘଟଣା ପ୍ରଥମ ଥର ନୁହେଁ ବାରମ୍ଵାର ଏଭଳି ଦୁର୍ଘଟଣା ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତ କିଛି ମାସ ପୁର୍ବରୁ ଘର ଛାତ ଉପରେ ଖେଳୁ ଥିବା ପିଲାମାନେ ମଧ୍ୟ ଉକ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆହତ ହୋଇଥିବା ନଜିର ରହିଛି l ଡନିଙ୍ଗା ଦେଇ ଯାଇଥିବା ୧୧କେଭି ତାର ବିପଦ ସଙ୍କୁଳ ଅବସ୍ଥାରେ ରହି ଥିବା ବିଷୟରେ  ଗ୍ରାମବାସୀମାନେ ବାରମ୍ଵାର ବିଭାଗୀୟ କର୍ମଚାରୀମାନଙ୍କୁ ଅବଗତ କରାଇ ଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଏଭଳି ଦୁର୍ଘଟଣା ଘଟୁ ଥିବା ନେଇ  ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବାକୁ ଦାବୀ କରିଛନ୍ତି ।