ଛେଲାଗଡ ରାଜସ୍ବ ମଣ୍ଡଳ ଠାରେ ଜଙ୍ଗଲ ଅଧିକାର ଆଇନ ସମ୍ପର୍କିତ ଶିବିର ଅନୁଷ୍ଠିତ…

ରା ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା ଉଦୟଗିରି ତହସିଲ ଅନ୍ତର୍ଗତ ଛେଲାଗଡ ରାଜସ୍ବ ମଣ୍ଡଳ ଠାରେ ଜଙ୍ଗଲ ଅଧିକାର ଆଇନ ସମ୍ପର୍କିତ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଆଇନ ଓ ଆବେଦନ ପ୍ରକ୍ରିୟାକୁ ନେଇ ଗୋଟିଏ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗଜପତି ଜିଲ୍ଲା ଉପ ଜିଲ୍ଲାପାଳ ଅନୁପ ପଣ୍ଡା, ରା ଉଦୟଗିରି ତହସିଲଦାର ତ୍ରିନାଥ ସାହୁ, ରାଜସ୍ବ ସୁପରଭାଇଜର ଧିରେନ ପଣ୍ଡା, ରାଜସ୍ବ ନିରୀକ୍ଷକ ଗଣେଶ ଭୂୟାଁଙ୍କ ସହ ଅନ୍ୟ କର୍ମୀମାନେ ଉପସ୍ଥିତ ରହିଥିଲେ l ସେହି ଶିବିରରେ ଦୁଇଗୋଟି ଗ୍ରାମ ଯଥା ନୂଆ ଗାଁ ଓ ମାଣ୍ଡିମାର ମୋଟ 79 ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା ।