ମିନି ଟ୍ରକ ଧକ୍କାରେ 2 ବର୍ଷର ଶିଶୁ ପୁତ୍ର ମୃତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଡାସ କୁପା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି l ଏକ ମିନି ଟ୍ରକ ଧକାରେ ଜଣେ ଶିଶୁର ମୃତ୍ୟୁ ଘଟିଛି l ଘଟଣା ଅନୁଶାରେ ଘୁ.ଉଦୟଗିରି ଥାନା ଅଧିନସ୍ଥ ଆଡାସିକୁପା (ନୂଆସାହି) ଗ୍ରାମର ବାସିନ୍ଧା ଆନନ୍ଦେଶ୍ୱର ପ୍ରଧାନ ଓ ସୁମିତ୍ରା ପ୍ରଧାନଙ୍କ ପୁଅ ଅମ୍ଲାନ ପ୍ରଧାନ(2ବର୍ଷ 4 ମାସ) ସନ୍ଧ୍ୟା 4 ଘଣ୍ଟା ସମୟରେ ଘର ବାହାରେ ବଡ଼ ଭଉଣୀଙ୍କ ସହ ଖେଳୁ ଥିଲେ l ଏତିକି ବେଳ ଓଡି-02ସିଏଫ-6165 ନମ୍ବର ମିନି ଟ୍ରକ ପାବୁରିଆରୁ ଘୁ. ଉଦୟଗିରି ଅଭିମୁଖେ ଆସୁଥିବା ବେଳେ ଭରସାମ୍ୟ ହରାଇ ଶିଶୁକୁ ଧକ୍କା ଦେଇ ଥିଲା l ଘଟଣା ସ୍ଥଳରେ ଶିଶୁ ଗୁରୁତର ହୋଇ ଥିଲା l ପରିବାର ଲୋକେ ଓ ଗ୍ରାମ ବାସୀ ଅମ୍ଲାନକୁ ଗୁରୁତର ଅବସ୍ଥାରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ଥିଲେ l ହେଲେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ l ଖବର ପାଇଁ ପୁଲିସ ଡାକ୍ତର ଖାନାରେ ପହଞ୍ଚି ମୃତ ଦେହ ଜବତ କରିବା ସହ ମିନି ଟ୍ରକ ମଧ୍ୟ ଜବତ କରି ଘଟଣାର ତଦନ୍ତ ଚଳାଇ ଥିବା ସୂଚନା ମିଳିଛି l