ଉଦୟଗିରି ପାଷ୍ଟରେଟ ତରଫରୁ 86 ତମ ବାର୍ଷିକ ମହୋତ୍ସବ ଉଦଘାଟିତ, ଘୁ.ଉଦୟଗିରି ଖ୍ରୀଷ୍ଟିଆନ ଜନକଲ୍ୟାଣ ସମାଜ ପକ୍ଷରୁ ପଣା ବଣ୍ଟନ…..

ଅନୁସନ୍ଧାନ ଭାରତ(ବ୍ୟୁର): ଉଦୟଗିରି ପାଷ୍ରେଟ ସମ୍ମିଳନୀ ଫୁଲବାଣୀ ଧର୍ମଆଞ୍ଚଳ ଉତ୍ତର ଭାରତ ମଣ୍ଡଳୀ ପକ୍ଷରୁ ଆଜି ଠାରୁ 86 ତମ ବାର୍ଷିକ ମହାସଭା ଉଦଘାଟିତ ହୋଇଯାଇଛି l ଏହି ସଭା ତିନି ଦିନ (28/04/2025 ଠାରୁ 30/04/2025 ତାରିଖ) ଧରି ଅନୁଷ୍ଠିତ ହେବ l ପ୍ରଥମ ଦିନରେ ମହାସଭାରେ ତିନି ହଜାରରୁ ଉର୍ଦ୍ଧ୍ୱ ଖ୍ରୀଷ୍ଟିଆନ ଧର୍ମବଲମ୍ବି ଉପସ୍ଥିତ ହୋଇ ବାଇବଲ ଧର୍ମ ଶାସ୍ତ୍ରରୁ. ପ୍ରବଚନ ଶ୍ରବଣ କରି ଥିଲେ l ମହାସଭାର ପ୍ରଥମ ଦିନରେ ଫୁଲବାଣୀ. ଧର୍ମଆଞ୍ଚଳ ଉତ୍ତର ଭାରତ ମଣ୍ଡଳୀର ଧର୍ମାଦକ୍ଷ ଆଚାର୍ଯ୍ୟ ଭାଓଲେଟ ନାୟକ, ଛତିଶଗଡ ଧର୍ମାଞ୍ଚଳ ଧର୍ମାଧକ୍ଷ ମହାଚାର୍ଯ୍ୟ ଶୁଷମା କୁମାରୀ, ଆଚାର୍ଯ୍ୟ ଡା ବିନୋଦ ପିତର ସେନାପତି, ଆଗ୍ରା ଧର୍ମାଞ୍ଚଳ ଆଚାର୍ଯ୍ୟ ଅଭିନାସ ଚାନ୍ଦ, ଆଚାର୍ଯ୍ୟ ଆଲୋକ ପ୍ରଧାନ ଓ ଉଦୟଗିରି ପାଷ୍ରେଟ ୟୁନିୟନ ସମ୍ପାଦକ ରାଜେନ୍ଦ୍ର ନାୟକଙ୍କ ଅନେକ ବକ୍ତା ଓ ଅତିଥି ଯୋଗ ଦେଇ ଥିଲେ l ଏହି ଅବସରରେ ଘୁ.ଉଦୟଗିରି ଖ୍ରୀଷ୍ଟିଆନ ଜନକଲ୍ୟାଣ ସମାଜ ପକ୍ଷରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବହାକୁ ଦୃଷ୍ଟିରେ ରଖି ଭୁସି ଓ ମିଶ୍ରି ପଣା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି l ମହାସଭାର ପ୍ରଥମ ଦିନରେ ଏହି ପଣା ବଣ୍ଟନ କାର୍ଯ୍ୟକ୍ରମ ଘୁ.ଉଦୟଗିରି ଖ୍ରୀଷ୍ଟିଆନ ଜନକଲ୍ୟାଣ ସମାଜ ସଭାପତି ପ୍ରଶାନ୍ତ କୁମାର ଦାସ, ଉପସଭାପତି ଆମୋଦ ଚନ୍ଦ୍ର ନାୟକ, ସମ୍ପାଦକ ଆମନ ଚନ୍ଦ୍ର ନାୟକ, ଗଣମାଧ୍ୟମ ସଂଜଯୋକ ଗଗନ କୁମାର ପ୍ରଧାନ, ପାଳକ ରୁବେନ ନାୟକ, ଅନିଲ ଦିଗାଲ, ଫିରୋଜ ଦିଗାଲ, ସାମନ୍ତ ଶେଖର ନାୟକ, ହେରୋଦ ନାୟକ, ବଇଁଶୀ ଜୁନ୍ଦି, ପ୍ରମୁଖ କାର୍ଯ୍ୟ ସମ୍ପାଦନ କରିଥିଲେ l ପ୍ରଥମ ଦିନରେ ପାଖାପାଖି 4 ହଜାର ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କୁ ପଣା ବଣ୍ଟନ କରାଯିବା ସହ ଦୀର୍ଘ ତିନି ଦିନ ଅର୍ଥାତ 30 ତାରିଖ ପର୍ଯ୍ୟନ୍ତ ପଣା ବଣ୍ଟନ କରାଯିବା ନେଇ ଘୁ.ଉଦୟଗିରି ଖ୍ରୀଷ୍ଟିଆନ ଜନକଲ୍ୟାଣ ସମାଜ ପକ୍ଷରୁ ସୂଚନା ମିଳିଛି l

csp