ରାୟଗଡ ଗୋଷ୍ଠି ଶିକ୍ଷା କେନ୍ଦ୍ର ଠାରେ ବିଦାୟ କାଳୀନ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ରାୟଗଡ ଗୋଷ୍ଠି ଶିକ୍ଷା କେନ୍ଦ୍ରରେ ଆଜି ଦୁଇଟା ବେଳେ ଅତିରିକ୍ତ ଗୋଷ୍ଟୀ ଶିକ୍ଷାଧିକରୀ ଏସ୍ ପାପାରାଓଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଗୋଷ୍ଟି ଶିକ୍ଷାଧିକାରୀ ଟି କିଶୋର କୁମର, ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମର ବେହେରା, ଏସ ଏସ ଡି ହାଇସ୍କୁଲର ପ୍ରଧାନଶିକ୍ଷକ ସୁରେଶ ସାହୁକାର ଓ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଠିଙ୍କ ସହ ସମସ୍ତ କ୍ଲୋଷ୍ଟର ସିଆର୍ସି ବିଆର୍ଶି ଏବଂ ସମସ୍ତ ସ୍କୁଲ୍ ର ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ରହି ଶ୍ରୀ ପାପା ରାଓଙ୍କ କାର୍ଯ୍ୟ ଦକ୍ଷତା ସମ୍ପର୍କରେ ଆଲୋଚନା କରି ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ ।