ରାୟଗଡ଼ ଏସ ଏସ ଡି ହାଇସ୍କୁଲରେ ଅହିରାଜ ସାପ ଉଦ୍ଧାର….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ରାୟଗଡ଼ ଏସ ଏସ ଡି ହାଇସ୍କୁଲରେ ଆଜି ଅପରାହ୍ନ ଚାରିଟା ବେଳେ ଅହିରାଜ ସାପକୁ ଦେଖିବାକୁ ମିଳିଥିଲା । ସୂଚନା ପ୍ରକାରେ ଉକ୍ତ ସାପଟି ଏକ କ୍ଲାସ୍ ରୁମ ଭିତରେ ପଶି ଯାଇଥିବା ବେଳେ ସ୍କୁଲ୍ କର୍ତ୍ତୃପକ୍ଷ ସ୍କୁଲ୍ କବାଟ ବନ୍ଦ କରି ଦେଇଥିଲେ । ପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଖବର ପାଇ ସନ୍ଧ୍ୟା ସାତଟା ବେଳେ ବ୍ରହ୍ମପୁରରୁ ବିଶେଷ ତାଲିମ ପ୍ରାପ୍ତ ଟିମ ଘଟଣା ସ୍ଥଳରେ ପହଞ୍ଚି ଏଗାର ଫୁଟିଆ ଅହିରାଜ ସାପଟିକୁ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡ଼ି ଦେଇଥିବା ସୁଚନା ମିଳିଛି । ଗତ କିଛି ମାସ ପୂର୍ବେ ଏହି ଅହିରାଜ ସାପଟିକୁ ଆଖ ପାଖ ଅଞ୍ଚଳରେ ବୁଲିବା ସ୍ଥାନୀୟ ଲୋକେ ଦେଖି ଥିଲେ । ଏହାକୁ ନେଇ ଲୋକଙ୍କ ଭିତରେ ଆତଙ୍କ ଥିବା ବେଳେ ଉକ୍ତ ସ୍କୁଲ ମଧ୍ୟରୁ ଉଦ୍ଧାର କରାଯାଇଛି l