ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କରଡ଼ା ସିଂ ଗ୍ରାମ ସ୍ଥିତ ମହେନ୍ଦ୍ରତନୟା ନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ସରୋଡା ଗ୍ରାମର ୩୮ ବର୍ଷୀୟ ସୁନିଲ କୁମାର ଭୂୟାଁ ବୋଲି ପ୍ରାଥମିକ ସୂଚନା ମିଳିଛି । ସୂଚନା ପ୍ରକାରେ ବୁଧବାର ଦିନ ସେ କୌଣସି ଏକ ଭୋଜି ଖାଇବାକୁ ଯାଇଥିଲେ । ଏହା ସହ ପ୍ରାୟ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ନିଜ ଭାଈ ସହ ଫୋନରେ କଥା ବାର୍ତ୍ତା ମଧ୍ୟ ହୋଇ ଥିଲା । ମୋବାଇଲଟି ବନ୍ଦ ହେବା ସହ ଆଉ କଲ ଲାଗି ନଥିଲା । ପରେ ଘର ଲୋକେ ତାଙ୍କୁ ଖୋଜା ଖୋଜି କରିବା ପରେ ମଧ୍ୟ ସୁନିଲକୁ ପାଇ ପାରି ନଥିଲେ । କୌଣସି ସୂତ୍ରରୁ ଖବର ପାଇ ମହେନ୍ଦ୍ର ତନୟା ନଦୀରେ ଭାସୁଥିବା ଶବ ଟିକୁ ଦେଖି ଚିହ୍ନଟ କରିଥିଲେ । ଘଟଣା ସ୍ଥଳରେ ରାୟଗଡ ପୁଲିସ ଏବଂ ଅଗ୍ନିଶମର ଯବାନମାନେ ନଦୀରୁ ଶବ ଟିକୁ ଉଦ୍ଧାର କରି ରାୟଗଡ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ରଖିଥିଲେ । ରାୟଗଡ ପୁଲିସ ପକ୍ଷରୁ ତଦନ୍ତ କରିବା ସହ ରାୟଗଡ ଥାନାରେ ୩/୨୦୨୫ରେ ଏକ କେସ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଏହା ହତ୍ୟା ନା କୌଣସି ଦୁର୍ଘଟଣା ଜନିତ ମୃତ୍ୟୁ ଜଣା ପଡିବ ବୋଲି ଆଜି ଏଗାରଟା ବେଳେ ରାୟଗଡ ପୁଲିସ ପକ୍ଷରୁ ସୂଚନା ମିଳିଛି ।