ଦାରିଙ୍ଗବାଡି ଠାରେ ପଞ୍ଚାୟତିରାଜ ଦିବସ ପାଳିତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରିତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଡିଓ ଶ୍ରୀ ରଥ ଜାତୀୟ ପଞ୍ଚାୟତିରାଜ ଦିବସର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ କହିଥିଲେ । ଏହା ସହ ସାଂସଦଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସିଧା ସଳଖ ପଞ୍ଚାୟତ ଗୁଡ଼ିକୁ ଅନୁଦାନ ଦେଉ ଥିବା ଏବଂ ତାହାକୁ କିପରି କାର୍ଯ୍ୟକାରୀ କରାଯାଇ ପାରିବ ସେ ନେଇ ମତ ପ୍ରକାଶ କରିଥିଲେ l
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜମ୍ମୁକଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ଜୀବନ ହରାଇଥିବା ବାଲେଶ୍ୱର ଜିଲ୍ଲାର ପ୍ରଶାନ୍ତ ଶତପଥୀଙ୍କ ସମେତ ଅନ୍ୟ ମୃତକଙ୍କ ପାଇଁ ଶୋକ ପ୍ରକାଶ କରାଯିବା ସହ ସେମାନଙ୍କ ପାଇଁ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଗ୍ରାମାଞ୍ଚଳ ବିକାଶ ପାଇଁ ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ସରପଞ୍ଚମାନେ ଆଗ୍ରହ ସହ କାର୍ଯ୍ୟ କରିବାକୁ ବ୍ଲକ ଅଧ୍ୟକ୍ଷ କହିଥିଲେ । ଏହି ଅବସରରେ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହିତାଧିକାରୀଙ୍କୁ ନୂତନ ରାଶନକାର୍ଡ ଅତିଥିମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଠାରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପଞ୍ଚାୟତ ମନିଟରିଂ ସିଷ୍ଟମର ଶୁଭାରମ୍ଭ କରିଥିଲେ ।