ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ପଂଚାୟତ ସମିତି ପକ୍ଷରୁ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ବିଡିଓ ସୁଶିଲ କୁମାର ପଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଲମ୍ବୋଦର ମାରାଣ୍ଡି, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ, ଜିପିଇଓ କିଶୋର ଚନ୍ଦ୍ର ସାହୁ, ରୁଗୁମୁ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ, ସମିତି ସଭ୍ୟ ବନବାସ ବେହେରା, ସାଂସଦ ପ୍ରତିନିଧି ମୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଦେଶ, ରାଜ୍ୟ, ଜିଲ୍ଲା ସମେତ ଗ୍ରାମାଞ୍ଚଳର ବିକାଶରେ ପଞ୍ଚାୟତର ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ତ୍ରି ସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ ସାଧାରଣ ଲୋକେ ପାଉଥିବା ସୁବିଧା ଓ ସୁଯୋଗ ବିଷୟରେ ଅତିଥିମାନେ ମତ ରଖିଥିଲେ । ଶେଷରେ ସରକାରୀ ଘୋଷଣା ପ୍ରକାରେ ନୂତନ ହିତାଧିକାରୀମାନଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା । ଏସିପି ଆମେସ ବେହେରା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।