ଜଳ ଛତ୍ରରେ ଜଳ ନଥିବା ଅଭିଯୋଗ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ସଂପ୍ରତି ଗ୍ରୀଷ୍ମର ପ୍ରଭାବ ଦିନକୁ ଦିନ ବଢୁଥିବା ବେଳେ ସାଧାରଣ ଜନତା ଏଥିରେ ଅତିଷ୍ଠ ହୋଇ ପଡିଲେଣି । ଧରାକୋଟ ଅଞ୍ଚଳରେ ଦିନର ତାପମାତ୍ରା 42 ଡିଗ୍ରୀରେ ପହଞ୍ଚି ଲାଣି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଞ୍ଚାୟତ ତରଫରୁ ଛକ ଜାଗା ଗୁଡିକରେ ଜଳ ଛତ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜଗମୋହନ ପଞ୍ଚାୟତ ତରଫରୁ ପୁଟୁ, ନନ୍ଦିଗୋର ଓ ଜଗମୋହନରେ ଜଳ ଛତ୍ର ଖୋଲାଯାଇଛି । କିନ୍ତୁ କୌଣସି ସ୍ଥାନରେ ଜଳ ପୂର୍ଣ୍ଣ କଳସୀ ଦେଖିବାକୁ ମିଳୁନି । ପଞ୍ଚାୟତ ତରଫରୁ କେବଳ ଔପଚାରିକ ଭାବେ ଏହାକୁ ଖୋଲାଯାଇ ପଞ୍ଚାୟତ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହେଉଥିଲେ ମଧ୍ୟ ବାସ୍ତବ ଚିତ୍ର ଓ ଉଦ୍ଦେଶ୍ୟ କିନ୍ତୁ ଅଲଗା ବୋଲି ଅଭିଯୋଗ ହେଉଛି । ଏହି ଜଳ ଛତ୍ର ଗୁଡ଼ିକର ଦେଖାଶୁଣା କରିବାକୁ ପଞ୍ଚାୟତ ବୋଧେ ଭୂଲିଯାଇଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି ।