ରାୟଗଡ଼(ଟିକି ଲିମା): ପିପୁଲ ଫାରଓ୍ବାର୍ଡ ଫାଉଣ୍ଡେସନ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ । ଯାହା ଭୁବନେଶ୍ବରରେ ଦୀର୍ଘଦିନ ହେଲା ଗରୀବ ନିରିହ ତଥା ମାତୃପିତୃ ବିହିନ ଛୋଟ ପୁଅ ଝୀଅଙ୍କ ଖାଇବା, ରହିବା ଓ ପାଠପଢାର ସମସ୍ତ ଖର୍ଚ୍ଚ ଯୋଗାଇଥାଆନ୍ତି । ତେବେ ସୂଚନା ଅନୁସାରେ ଏହି ଅନୁଷ୍ଠାନ ଗଜପତିର ଆଦିବାସୀ ଅଞ୍ଚଳର ଅନେକ ପିଲାମାନଙ୍କୁ ନେଇ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହୋଷ୍ଟେଲରେ ସେମାନଙ୍କୁ ଥଇଥାନ କରିଛନ୍ତି । ଏହି ଅନୁଷ୍ଠାନ ତରଫରୁ ଏବେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଡମ୍ବାଳ ପଞ୍ଚାୟତର ମଣ୍ଡଳସାହି ଠାରେ, ଉଦଘାଟନ ହୋଇଯାଇଛି ଏକ ୫୦ ଜଣିଆ ହୋଷ୍ଟେଲର । ଏହି ହୋଷ୍ଟେଲକୁ ଉଦଘାଟନ କରିଛନ୍ତି ଗଜପତିଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଯତିନ୍ଦ୍ର କୁମାର ପଣ୍ଡା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡମ୍ବାଳ ସରପଞ୍ଚ ବିଶ୍ବନାଥ ଭୁୟାଁ, ଅନୁଷ୍ଠାନର ସଭାପତି ବନିତା ପରିଡା, ସମ୍ପାଦକ ସତ୍ୟଜିତ ବାରୁଆ, ଜିରାଙ୍ଗ ଥାନା ଫାଣ୍ଡି ଅଧିକାରୀ ଭି ରାବଣା, ସ୍ଥାନୀୟ ଅନେକ ବୁଦ୍ଧିଜବୀି ଓ ଛାତ୍ରଛାତ୍ରୀଙ୍କ ମାତା ପିତା ଉପସ୍ଥିତଥିଲେ । ଅପରପକ୍ଷେ ମଣ୍ଡଳସାହିଠାରେ ପ୍ରାଥମିକ ବିଦ୍ୟାଳୟରଟିଏ ଥିଲେ ମଧ୍ୟ ଛାତ୍ର କିମ୍ବା ଛାତ୍ରୀ ନିବାସ ନଥିବାରୁ ,ପିଲାମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇ ପାଠ ପଢିଥାନ୍ତି । ତେଣୁ ଅନୁଷ୍ଠାନ ଦ୍ବାରା ଏହି ହୋଷ୍ଟେଲ ପିଲାମାନଙ୍କୁ ଖାଦ୍ୟ, ରହଣୀ ଓ ଟିଉସନର ମୁକ୍ତ ବ୍ୟବସ୍ଥା ଅଞ୍ଚଳବାସୀଙ୍କୁ ଅନେକ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଛି । ଏବେ ପୁଣି ସ୍କୁଲ ଗୁଡିକରେ ସରକାରୀ ଖରା ଛୁଟି ଆରମ୍ଭ ହୋଇଥିବାବେଳେ ପିଲାମାନଙ୍କୁ ଏହି ହୋଷ୍ଟେଲ ଏକ ବରଦାନ ବୋଲି କହିଛନ୍ତି ଅବିଭାବକ । ଅନୁଷ୍ଠାନର ସଭାପତିଙ୍କ କହିବା ଅନୁସାରେ ଏଠାରେ କେବଳ ୨୦ ଜଣ ପିଲାଙ୍କ ରହିବା ଶକାଶେ ବ୍ୟବସ୍ଥା ଥିବାବେଳେ ଅବିଭାବକମାନଙ୍କ ଅନୁରୋଧକ୍ରମେ ପୁଣି ୫୦ ଜଣଙ୍କର ବ୍ୟବସ୍ଥା ଲାଗି ଚେଷ୍ଟା କରୁଥିବା ଜଣାପଡିଛି । ଏପରି ଗରିବ, ନିରୀହ ପିଲାଙ୍କୁ ମାଗଣା ଶିକ୍ଷା ସହ ଖାଦ୍ୟ ଓ ରହଣି ଯୋଗାଇ ଦେଉଥିବାର ଖବର ଜାଣି ଅନୁଷ୍ଠାନକୁ ଅନେକ ଶୁଭେଛ୍ଛା ମିଳୁଥିବା ଜଣାପଡିଛି ।