ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଅନଘା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ଆଜି କାଳ ବୈଶାଖୀ ପ୍ରଭାବରେ ଖୁବ ଜୋରରେ ପ୍ରଂଚଣ୍ଡ ଶବ୍ଦରେ ବଜ୍ରାଘାତ ହୋଇଥିଲା l ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଚାରି ଜଣ ସାମାନ୍ୟ ଆହତ ହୋଇଛନ୍ତି l ଆହତଙ୍କ ମଧ୍ୟରେ ୭ ବର୍ଷ ପୁଅ ଏବଂ ୪ ବର୍ଷର ଝିଅ l ଆହତମାନେ ହେଲେ ସଂଗୀତା ଯାନୀ(୧୫), ପୂର୍ଣ୍ଣବାସୀ ଯାନୀ (୨୦), ସୁମିତ୍ରା ଯାନୀ (୫୦), ଗିରିଧାର ଯାନୀ ( ୭), ରୀତିକା ରାଣୀ ଯାନୀ ( ୪) l ଏହି ବ୍ୟକ୍ତିମାନେ ଘର ଭିତରେ ଥିବା ସମୟରେ ଘର ପାଖରେ ଥିବା ଏକ ନଡ଼ିଆ ଗଛକୁ ପ୍ରଥମେ ବିଜୁଳି ମାରିଥିଲା l ସେହି ଗଛ ନିକଟରେ ଥିବା ଘରେ ଏହାର ଖୁବ ପ୍ରଭାବ ପଡିଥିଲା l ଯାହା ଫଳରେ ଘରେ ଲାଗିଥିବା ବିଦ୍ୟୁତ ବୋର୍ଡ ଏବଂ ମୋବାଇଲ ଭାଙ୍ଗି ଏହି ୫ ଜଣଙ୍କୁ ବିଜୁଳି ଘଡଘଡିର ଶକ୍ତ ଝଟକା ମାରିଥିଲା l ସଙ୍ଗେ ସଙ୍ଗେ ତୁବୁରୁସିଂ ଗ୍ରାମରୁ ଏକ ଅଟୋ ଯେଗେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା l ଡ଼ଃ. ବ୍ରଜରାଜ କର ଏବଂ ସଞ୍ଜୀବ ସିଂ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ l ବର୍ତ୍ତମାନ ସୁଧା ସବୁ ଆହତଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡିଛି.।