ଗଦାପୁରରେ ଘରପୋଡି, ଲକ୍ଷାଧିକ ଟଙ୍କାର ସମ୍ପତି ସହିତ ସରକାରୀ କାଗଜ ପତ୍ର ସମ୍ପୂର୍ଣ୍ଣ ନଷ୍ଟ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଗଦାପୁର ପଞ୍ଚାୟତର ଆମ୍ବିଲପଦା ସାହିର ଜଣେ ବ୍ୟବସାୟୀ ଗ୍ରାବ୍ରିଏଲ୍ ଦିଗାଲଙ୍କ ଘରେ ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ନିଆ ଲାଗି ସମୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଥିବା ଖବର ଜଣା ପଡ଼ିଛି । ଯାହାରି ଫଳରେ ବ୍ୟବସୀଙ୍କ ଲକ୍ଷାଧିକ ଟଙ୍କାର ସମ୍ପତି ସହିତ ଘରେ ଥିବା ସରକାରୀ କାଗଜ ପତ୍ର, ଲୁଗାପଟା ଓ  ଆସବା ପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଏନେଇ ସମିତି ସଭ୍ୟା ରୁଦା ମଲ୍ଲିକ ନେଟୱର୍କ ସ୍ଥାନକୁ ଯାଇ ଦାରିଙ୍ଗବାଡି ଅଗ୍ନିଶମ ବିଭାଗକୁ   ଯୋଗାଯୋଗ କରିଥିଲେ । ଅଗ୍ନିଶ୍ରମ ବାହିନୀ ପହଞ୍ଚିବା ବେଳକୁ ସବୁ ପୋଡ଼ି ସାରିଥିଲା ।  ସୂଚନା  ଅନୁଯାୟୀ  ବ୍ୟବସାୟୀ ଜଣକ ସନ୍ଧ୍ୟା ସମୟରେ ଦୋକାନରେ ଧୂପ ଦେବା ସମୟରେ ହଠାତ୍ ନିଆ ଲାଗି ଯାଇଥିଲା । ସାହି ବାସିନ୍ଦାଙ୍କ କହିବା କଥା ତେଜରାତି ଦୋକାନ ସହିତ ବ୍ୟବସାୟୀ ଜଣକ ପେଟ୍ରୋଲ ଡିଜେଲ ମଧ୍ୟ ବିକ୍ରୀ କରୁଥିଲେ । ଏଣୁ ନିଆ ଲାଗିବାରୁ ସାହି ବାସିନ୍ଦା ନିଆକୁ ଆୟତ କରି ପାରିନଥିବା ଜଣାପଡିଛି । ହେଲେ ଗଦାପୁର ଗ୍ରାମ ଠାରୁ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ଦୂରତା ପ୍ରାୟ ୩୦ କିମି । ଏଣୁ ବ୍ୟବସାୟୀଙ୍କ ଘର ସମ୍ପୂର୍ଣ ପୋଡି ସାରିବା ପରେ ଅଗ୍ନିଶମ ଗାଡ଼ି ପହଞ୍ଚି ଥିବା ଗ୍ରାମ ବାସୀଙ୍କ କହିଛନ୍ତି । ଉକ୍ତ ଘଟଣା ପରେ ସମିତି ସଭ୍ୟା ରୂଦା ମଲ୍ଲିକ ଦାରିଙ୍ଗବାଡି ତହସିଲଦାର ଓ ବିଡ଼ିଓ ଜଣାଇବା ପରେ କ୍ଷତି ଗ୍ରସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରି ଗୃହ ଯୋଗାଇ ଦେବାକୁ ବିଡ଼ିଓ ପ୍ରିତିରଞ୍ଜନ ରଥ ପ୍ରତିଶୃତି ଦେଇଥିବା ବେଳେ ତହସିଲଦାର ଶରତ ଶବର ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ପଠାଇ କ୍ଷୟ କ୍ଷତିର ଆକଳନ କରିବାକୁ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି ।