ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଉତ୍ସବ ପାଳନ ଅବସରରେ ଭକ୍ତି ମୂଳକ ସଂଗୀତରେ ଝୁମିଲେ ଦର୍ଶକ, ମୁଖ୍ୟ ଅଥିତି ଭାବେ ଯୋଗ ଦେଲେ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଖ୍ରୀଷ୍ଟିୟାନ ଜନ କଲ୍ୟାଣ ସମାଜ ଆନୁକୁଲ୍ୟରେ ସ୍ଥାନୀୟ ଯୋହନ ବଙ୍ଗଳା ଠାରେ ଖ୍ରୀଷ୍ଟିଆନ ସଂଖ୍ୟା ଲଘୁ ସମ୍ପ୍ରଦାୟ ପୁନରୁତ୍ଥାନ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ କଲିକତାରୁ ଆଚାର୍ଯ୍ୟ ସୁଶାନ୍ତ ପାତ୍ର ଓ କଟକରୁ ସୁସମାଚାର ଗାୟକ ଅମିତ୍ ପାଣି ଯୋଗ ଦେଇ ବାଇବଲ ଧର୍ମ ଶାସ୍ତ୍ରରୁ ବାକ୍ୟ ଓ ଆଧ୍ଯାତ୍ମିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଚର୍ଚ୍ଚର ଯୁବକ ଯୁବତୀ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଗଗନ କୁମାର ପ୍ରଧାନ, ଅନନ୍ତ ପ୍ରଧାନ, ହନକ ଦିଗାଳ, ସୂର୍ଯ୍ୟକାନ୍ତ ନାୟକ, ଅମରେନ୍ଦ୍ର ନାୟକ, ଫିରୋଜ ଦିଗାଲ, ଥୋମାସ ପ୍ରଧାନ, ପବିତ୍ର ନାୟକ, ସଦାନନ୍ଦ ନାୟକ, ଅନ୍ତନ ନାୟକ, କୃତାର୍ଥ ନାୟକ ପ୍ରମୂଖ ଦାୟିତ୍ଵ ନେଇଥିବା ବେଳେ ଘୁ.ଉଦୟଗିରି ଖ୍ରୀଷ୍ଟିୟାନ ଜନ କଲ୍ୟାଣ ସମାଜର ସଭାପତି ପ୍ରଶାନ୍ତ କୁମାର ଦାସ ଅତିଥିଙ୍କୁ ସ୍ଵାଗତ କରିବା ସହ ସଭା ପରିଚାଳନା କରିଥିଲେ ଓ ଆମୋଦ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ । ସଭା ଶେଷ ହେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆମନ ଚନ୍ଦ୍ର ନାୟକ ପରିଚାଳନା କରିଥିଲେ । ସ୍ଥାନୀୟ ଅଞ୍ଚଳର ହଜାର ହଜାର ମହିଳା, ପୁରୁଷ ଓ ଯୁବଗୋଷ୍ଠୀଙ୍କ ସହ ବରିଷ୍ଠ ନାଗରିକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏପରି ଭକ୍ତିମୂଳ ସଂଗୀତ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜିତ ହେଉ ଥିବାରୁ ସମଗ୍ର ଘୁ.ଉଦୟଗିରି ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ ଦେଖା ଦେଇଛି l ଘୁ.ଉଦୟଗିରି ବ୍ଲକରେ ଥିବା ସତୁରିଟି ମଣ୍ଡଳୀର ମିଳିତ ସହଯୋଗରେ ଏହି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିବା ଖ୍ରୀଷ୍ଟିଆନ ଜନକଲ୍ୟାଣ ସମାଜ ଘୁ. ଉଦୟଗିରି ଶାଖା ପକ୍ଷରୁ ସୂଚନା ଦିଆଯିବା ସହ ଆଗାମୀ ଦିନରେ ମଧ୍ୟରେ ଏପରି କାର୍ଯ୍ୟକ୍ରମ ଆୟୋଜିତ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି l ଏହି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ବ୍ଲକ ସମେତ ଅନ୍ୟ ବ୍ଲକରୁ ଚାରି ହଜାରରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇ ଥିଲେ l