ଘୁ.ଉଦୟଗିରିରେ 2 ପୃଥକ ଦୁର୍ଘଟଣା: ଜଣେ ମୃତ, 3 ଆହତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଅନିଲ ପ୍ରଧାନ(61) ନାମାକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଲୁଲୁ ପ୍ରଧାନ (ବେଟିକଲା), ରୁଦ୍ର ପାଢ଼ୀ ଓ ଦେବାଶିଷ ପାଣି ଗୁରୁତର ଆହତ ହୋଇ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିଶ୍ଚିତ ହେଉ ଥିବା ପୁଲିସ ସୂତ୍ରରୁ ପ୍ରକାଶ l ସୂଚନା ଅନୁସାରେ ବେଟିକଲା ଗ୍ରାମର ଲୁଲୁ ପ୍ରଧାନ ବାଇକ ଯୋଗେ ବେଟିକଲା ଗ୍ରାମକୁ ଯାଉ ଥିଲେ l ଏହି ସମୟରେ ମୃତ ଅନିଲ ପ୍ରଧାନ ଅନ୍ୟ ଜଣେ ସାଙ୍ଗଙ୍କ ସହ ରାସ୍ତା ପାର୍ଶ୍ୱରେ ଚାଲି ଚାଲି ଯାଉଥିଲେ l ଏତିକି ବେଳେ ବାଇକ ଅନିଲ ପ୍ରଧାନଙ୍କୁ ଧକ୍କା ଦେଇ ଥିଲା l ଘଟଣା ସ୍ଥାଳରେ ଅନିଲ ପ୍ରଧାନ ଗୁରୁତର ଆହତ ହୋଇ ଥିଲେ l ଖବର ପାଇଁ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ଅନିଲ ପ୍ରଧାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲା l ହେଲେ ଡକ୍ଟର ଅନିଲ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ l ସେହିପରି ଗଞ୍ଜାମ ଜିଲ୍ଲା କୁଲାଡ଼ ଗ୍ରାମର ଦୁଇ ଯୁବକ ରୁଦ୍ର ପାଢ଼ୀ ଓ ଦେବାଶିଷ ପାଣି ଏକ ସ୍କୁଟି ଯୋଗେ ରାଇକିଆରୁ ନିଜ ଗ୍ରାମକୁ ଫେରୁ ଥିବା ସମୟରେ କନବା ଗେରି ସ୍ଥିତ ରାବାନାଜୁ ସ୍କୁଲ ପାଖରେ ଥିବା ହମ୍ପସରେ ସାମନା ପଟୁ ଏକ କାର ଆସିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇ ଥିଲେ l ଖବର ପାଇ ଅସମ୍ବୁଲାନ୍ସ ସେଠାରେ ପହଞ୍ଚି ଦୁଇ ଆହତଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲା l ଘଟଣା ସ୍ଥଳରେ ଘୁ.ଉଦୟଗିରି ପୁଲିସ ପହଞ୍ଚି ଦୁର୍ଘଟଣାର ସମ୍ପର୍କରେ ତଦନ୍ତ ଚଲାଇ ଥିବା ସୂଚନା ମିଳିଛି l