ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ରେ ତିରୋଧାନ ଦିବସ ପାଳିତ ହୋଇଛି । ନଗର ବିଜେଡି ସଭାପତିଙ୍କ ନେତୃତ୍ଵରେ ଘୋଡ଼ାହାଡ ନଦୀରେ ତିଳ ତର୍ପଣ କାର୍ଯ୍ୟ ଅନୁଷ୍ଠିତ ହେଇଥିଲା । ଏହା ସହ ବିଜେଡ଼ି ନେତା ଓ କର୍ମୀମାନେ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରୁ ଏକ ଶୋଭାଯାତ୍ରା ଆସି ବିଜୁ ପଟ୍ଟନାୟକ ଛକ ସ୍ଥିତ ବିଜୁ ବାବୁ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପରେ ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ ଠାରେ ଏକ ମେଘା ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏହି ଶିବିରକୁ ବିରୋଧି ଦଳ ନେତା ଡି.ଆର.ଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର ଯୋଗଦେଇ ଉଦଘାଟନ କରିଥିଲେ । ବହୁ ଯୁବକ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ ଶିବିର ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷ ସୁଭାଷ ପୋଲାଇ, ବ୍ଲକ୍ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ହିଞ୍ଜିଳିକାଟୁ ବ୍ଲକ୍ ବିଜେଡ଼ି ସଭାପତି ଦୁର୍ଗା ମାଧବ ମହାନ୍ତି, ନଗର ସଭାପତି ହୃଦୟାନନ୍ଦ ମହାପାତ୍ର, ଜିଲ୍ଲା ସମ୍ପାଦକ ଅଜୟ ମହାରଣା, ଯୁବ ନେତା ସଂସ୍କାର ପଟ୍ଟନାୟକ, ନୀଳମଣି ପଟ୍ଟନାୟକ, ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।