ବାଇକ ଦୁର୍ଘଟଣାରେ କଲେଜ ଛାତ୍ର ଆହତ…

ଦାରିଂବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଋଷିମାଳ ମହାବିଦ୍ୟାଳୟ ନିକଟରେ ବାଇକ ଦୁର୍ଘଟଣା ଘଟି ଦୁଇ ଜଣ କଲେଜ ଛାତ୍ର ଆହତ ହୋଇଥିବା ଜଣା ପଡ଼ିଛି  ।  ସୂଚନା ଅନୁଯାୟୀ ଦିନ ପ୍ରାୟ ୧୦:୩୦ ସମୟରେ ବାଇକ ଯୋଗେ କଲେଜକୁ ଆସୁଥିବା ବେଳେ ଉକ୍ତ ଦୁର୍ଘଟଣା ଘଟି ୨ଜଣ କଲେଜ ଛାତ୍ର ଖଣ୍ଡିଆ, ଖାବରା ହୋଇ ଅଚେତ୍ ହୋଇ ପଡ଼ିଥିଲେ । ସେମାନଙ୍କୁ ଅନ୍ୟ ଛାତ୍ରଛାତ୍ରୀମାନେ ଘଟଣା ସ୍ଥଳରୁ ଉଦ୍ଧାର କରି ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ଛାତ୍ରମାନେ ହେଲେ ଉକ୍ତ ଥାନା ଅଞ୍ଚଳ କିରାମାହା ଗ୍ରାମର ଶ୍ରିଶାନ୍ତ ପ୍ରଧାନ(୧୭) ଓ  ବ୍ରହ୍ମାନନ୍ଦ ବଡ଼ମାଝୀ (୧୭) ବୋଲି ଜଣାପଡ଼ିଛି । ସ୍ଥାନୀୟ ଡକ୍ଟର ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ମୋହନା ଡାକ୍ତର ଖାନା ରେଫର କରିଥିବା ଜଣା ପଡ଼ିଛି ।